STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଜୀବନ କ୍ରମଶଃ

ଜୀବନ କ୍ରମଶଃ

1 min
301


ଧାରା ଶିରାବଣ ରିମିଝିମି ବର୍ଷା

    ଘୋଟିଛି ମେଘ ଅନ୍ଧାର

ସାରୁଗଛ ମୂଳେ ବେଙ୍ଗ ଓ ବେଙ୍ଗୁଲି

    କରୁଛନ୍ତି କେଁ କଟର ।

ବେଙ୍ଗୁଲିକୁ ଚାହିଁ  କହୁଅଛି ବେଙ୍ଗ

   ସାରୁଗଛ ପତ୍ର ତଳେ

କେଡେ ଚମତ୍କାର ତୋଳିଛି ଦଇବ

   ଛତା ଆମରି ମୁଣ୍ଡରେ ।

ଆମେ ସାହୁକାର ଜଳସ୍ଥଳ ବାସୀ

   ଉଭୟଚର ପରାଣୀ

କୀଟ ଓ ପତଙ୍ଗ  ପୂର୍ଣ୍ଣ ଏ ମେଦିନୀ

   ଭରପୂର ପେଟପାଣି ।

ଝଡ଼ି ଓ ବରଷା  ହୋଇଲେ ଅଧିକ

   ପୂରେ ଗଡିଆ ପୋଖରୀ

କୋଳାହଳେ ଆମେ ଆନନ୍ଦ ମନରେ

  ଦିଅନ୍ତି ସଂସାର ମେଲି ।

ତୁମେ ରଜା ହୁଅ ମୁଁ ହୁଏ ରାଣୀ

   ଥାଟବାଟ ପାଟ ପ୍ରଜା

ଆମେ ରଡ଼ି ଦେଲେ କମ୍ପଇ ମେଦିନୀ

   କୁହ କେଡେ ସତେ ମଜା ।

ଆମ ବାହାଘରେ ଘଡଘଡି ଶବ୍ଦ

  ବାଜଇ ବାଇଦ ବାଜା

ଜାଳଇ ବିଜୁଳି  ଆଲୋକ ରୋଷଣୀ

  ସବୁଜିମା ସାଜସଜ୍ଜା ।

କହେ ବେଙ୍ଗ ରଜା ଆହେ ଭାଗ୍ୟବାନ

  ଆମ ଖେଳା କୁଦା ଡିଆଁ

ସବୁକିଛି ନୁହେଁ  ଆମରି ଅଧୀନ

  ବିଚିତ୍ର ଏଇ ଦୁନିଆଁ ।

କାଳସର୍ପ ପରି କୁଟିଳ ସମୟ

  ଝପଟି ଆସଇ ମାଡ଼ି

ଗିଳିଦିଏ ଜୀବ ଜଗତ ପରାଣ

  ପାରେ ନାହିଁ କିଏ ଏଡି ।

ପାଣିର ଫୋଟକା ପରାଏ ଜୀବନ

  ଛାଇ ଆଲୁଅର ଖେଳ

ସୁଖ ଆଉ ଦୁଃଖ ମାନସିକ ସ୍ଥିତି

  ବେଗ ଗତି ନୁହେଁ ସ୍ଥିର ।

ଆଜି ସାହୁକାର କାଲିକୁ ଫକୀର

   କିଏ ବଡ଼ ଅବା ସାନ

ଜୀବନ କ୍ରମଶଃ ମୁଠାଏ ପାଉଁଶ

   ପଞ୍ଚତତ୍ତ୍ୱେ ପ୍ରାଣୀ ଲୀନ ।

ବୃଥା ରାଜପଦ ଗର୍ବ ଅହଙ୍କାର

   ନ ବାନ୍ଧୁ ଅଳିଆ ବସା

କୃପାର ସାଗର ପରମ ଈଶ୍ଵର

   ପାଦପଦ୍ମ ସା ଭରସା ।



Rate this content
Log in

Similar oriya poem from Inspirational