STORYMIRROR

Saroj Kumar Ojha

Inspirational

4  

Saroj Kumar Ojha

Inspirational

ସିନ୍ଦୂର

ସିନ୍ଦୂର

1 min
385

ନାଲି ନାଲି ସିନ୍ଦୂରର ଭରା ଚମକତା

ନୁହେଁ ରଙ୍ଗ ବୋଳା ଅବିର,

ଟୋପାଏ ସିନ୍ଦୂର ନାରୀ ସୀମନ୍ତରେ

ଲାଗିଲେ ଦିଶେ ବଡ଼ ସୁନ୍ଦର ।।


ନାରୀ ଅର୍ଦ୍ଧାଙ୍ଗିନୀ ପୁଜାରିଣୀ ସାଜେ

ସିମନ୍ତିନୀ ରୂପ ନେଇ,

ଲାଲ ସିନ୍ଦୂରର ସୁଲକ୍ଷଣା ଟୋପା

ଆତ୍ମିୟତା ପୂର୍ଣ୍ଣ ବନ୍ଧା ହୋଇ ।


ସିନ୍ଦୂର ଟୋପାଏ ସାହସ ଭରାଏ

ବଧୂ ମାଡ଼ିଚାଲେ ଦମ୍ଭ ଧରି,

ପରିବାର ସୁଖ ଆଣିବା ନିମିତ୍ତ

ଚାଲେ ପ୍ରଗତିର ମଙ୍ଗ ଧରି ।।


ପୂଜା ପାର୍ବଣରେ ଉପାସନା ପାଇଁ

ଲୋଡା ହୁଏ ପରା ସିନ୍ଦୂର,

ଶୁଭ କଳସରେ ସିନ୍ଦୂରର ଛବି

ଦୁଇ ପାର୍ଶ୍ଵେ ଥୁଆ ମନ୍ଦିରର ।।


ନୂତନ ଗୃହର ପ୍ରତିଷ୍ଠା ନିମନ୍ତେ

ପ୍ରତି ଘର ଦ୍ୱାରେ ସିନ୍ଦୂର,

ଓମଙ୍କାର ଚିହ୍ନରେ ଚିତ୍ରିତ ସହିତ

ସ୍ଵସ୍ତିକ ସଂକେତ ସୁନ୍ଦର ।।


ବହୁଳ ସିନ୍ଦୂର ପୂଜା ମଣ୍ଡପରେ

ବୋଳା ହୋଇଥାଏ ମାଆଙ୍କର,

ମା' ତାରିଣୀ ଯେ ସିନ୍ଦୂରମୟୀ

ଘଟଗାଁ ପ୍ରସିଦ୍ଧ ଉତ୍କଳର ।।


ଉତ୍କଳୀୟ ମାତୃ ଉପାସନା ପାଇଁ

ପୂଜା ସରଞ୍ଜାମେ ସିନ୍ଦୂର ଥାଏ ,

ଘରୋଇ ପୂଜାରେ ସିନ୍ଦୁରର କାର୍ଯ୍ୟ

ଶରଧାରେ ଶୋଭା ପାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational