STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ଉତ୍କଳ ସଂସ୍କୃତି

ଉତ୍କଳ ସଂସ୍କୃତି

1 min
393

।                    

ମହିମା ମଣ୍ଡିତ, ଉତ୍କଳ ସଂସ୍କୃତି

ଉତ୍କଳୀୟ ପରମ୍ପରା,

ଯା,ର କଳାକୃତି, ଜଗତ ବିଦିତ

ସମ ନାହିଁ ବସୁନ୍ଧରା।


ଯେଉଁ ଠାରେ ବିଜେ, ସ୍ୱୟଂ ଜଗନ୍ନାଥ

ଜଗତ କରେ ପ୍ରଣାମ,

ପୁଣ୍ୟ ନୀଳାଚଳ, ସାରା ଭୁମଣ୍ଡଳେ

ଖ୍ୟାତି ଅର୍ଜନେ ଅସୀମ।


ସେ ଉତ୍କଳମଣି, ଭୀମଭୋଇ ବାଣୀ

ମାନବ ଜାତିର ହିତେ,

"ମିଶୁମୋର ଦେହ" "ମାେ ଜୀବନ ପଛେ"

ବାରତା ଦିଏ ଜଗତେ।


 ବଳରାମ ଜଗନ୍ନାଥ ଯଶୋବନ୍ତ

 ଅଚ୍ୟୁତ,ଶିଶୁ ଅନନ୍ତ,

 ଓଡ଼ିଆ ସଂସ୍କୃତି,ଭାଷାର ଉନ୍ନତି

 ପାଇଁ ଜଗତେ ବିଖ୍ୟାତ।


ପଠାଣି ସାମନ୍ତ,ଜ୍ୟୋତିର୍ବିଦ ଭାବେ

ଥିଲେ ସେ ବିଶ୍ଵବିଖ୍ୟାତ,

ସିଦ୍ଧାନ୍ତ ଦର୍ପଣ,ରଚି ଜ୍ୟୋତି ଜ୍ଞାନ

ବିତରି ଥିଲେ ଜଗତ।


ଦିଖଣ୍ଡି କାଠିରେ, ଗ୍ରହ ତାରା ସ୍ଥିତି

ପର୍ବତ ମାପି ସତ୍ବର।

ଜ୍ୟୋତିଷ ଶାସ୍ତ୍ରର, ନିର୍ଭୁଲ ଗଣନା

କରି ହୋଇଲେ ଅମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational