STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ତୋ ପାଖେ ଏତିକି ଅଳି

ତୋ ପାଖେ ଏତିକି ଅଳି

1 min
462

 ଏତିକି ମିନତି ଜାଗା କାଳିଆରେ

 କରୁଛି ପାଖରେ ତୋର

ଦ୍ଵାପରରେ ଧନ ଯେଉଁ ପରକାରେ

 ସାଜିଲୁ ଲବଣୀ ଚୋର

ମୋତେ ଦେଖା ସେ ରୂପ

 ଦେଖି ଭୁଲି ଯିବି ସବୁ ଦୁଃଖ।


ତ୍ରେତାରେ ପଥରେ ସତୀ ଅହଲ୍ୟାକୁ

 କେଉଁ ପାଦରେ ତାରିଲୁ

ଭକତ ଧୀବର ଭାବକୁ ବୁଝି ତୁ

 କେଉଁ ପାଦ ବଢ଼ାଇଲୁ

ମୋତେ ଦେଖା ସେ ପାଦ

ଦେଖି ଭୁଲିବି ଜୀବନ ଖେଦ।


ଜାତିରେ ଅଛବ ଦାସିଆ ବାଉରୀ

 ବୁଝି ମନର ଭାବକୁ

ଶୂନ୍ୟରୁ ବଢାଇ କେଉଁ ହାତ ଧନ

 ଭାବେ ନେଲୁ ନଡ଼ିଆକୁ

ମୋତେ ଦେଖା ସେ ହାତ

 ଦେଖି ଭୁଲି ଯିବି ତିନି ତାପ।


ଭୁବନ ମୋହନରେ କଳା ବଦନ

 ଦେଖିବା ପାଇଁରେ ତୋତେ

ଚାହିଁ ମୁଁ ବସିଛି ହେ କଳା ଗୋସାଇଁ

 ତୋ ଡୋରି ଲାଗିବ ମୋତେ

ସତେ କରିବୁ ଦୟା

 ଦେଖି ଭୁଲି ଯିବି ଭବ ମାୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational