Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Inspirational Others

4  

Sudeshna Pradhan

Inspirational Others

ବର୍ଷା, ବିରକ୍ତ ଓ ଆନନ୍ଦ

ବର୍ଷା, ବିରକ୍ତ ଓ ଆନନ୍ଦ

1 min
286


ନା ଝର ଝର, ନା ରିମ ଝିମ,                      

 ଖାଲି ଟିପ ଟିପ ଟିପ,

ପୁଣି ସାରା..ଦିନ ଭାରି ବିରକ୍ତ,

ଛୋଟ ପିଲା ମନ,                   

 ବୁଲି ହେଉନି କି ଖେଳି ହେଉନି l     

ଘରେ ଝିଅ ବୋହୁ ବିରକ୍ତ ହୁଅନ୍ତି                 

 ଓଦା ଲୁଗାପଟା ଜମା ଶୁଖୁନି l     

ଦିନମଜୁରିଆ ବିରକ୍ତ ହୁଅନ୍ତି                       

 ବର୍ଷାରେ କିଛି କାମ ମିଳୁନି l     

ବୁଲା ବିକାଳି ବିରକ୍ତ ହୁଏ                          

 ବିକିବାକୁ ଜମା ଯାଇପାରେନି l

ରାସନ ଦୋକାନୀ ବିରକ୍ତ ହୁଏ                         

ଗୋଟିଏ ସଉଦା ବିକାହୋଇନି l   

ଜେଜେମା ବିରକ୍ତେ ଦେଉଛି ଗାଳି                  

 ଜୋରରେ ବର୍ଷୁନି କି ଜମା ଛାଡ଼ୁନି l    

ଦିନ ତମାମ ଝିପି ଝିପି ବର୍ଷା                      

 ସଭିଙ୍କୁ ବିରକ୍ତ ଲାଗିଛି ପୁଣି l      

ହେଲେ, ସଭିଙ୍କୁ ଥରେ ପଚାର ଯାଇକି,               

 ରହିବେକି ଦିନେ କିଛି ନ ଖାଇକି?  

 ଯଦି ପାରିବେନି ଭୋକେ କେ ରହି,                  

ଏତେ ବିରକ୍ତ କଣ ପାଇଁ?       

 ହେଲେବି ବିରକ୍ତ ବର୍ଷା ସବୁରି,                    

 ଜଣକ ମନେ ଆନନ୍ଦ ଅସୁମାରୀ l     

ନିଜେ କଷ୍ଟି ଯିଏ ଆନନ୍ଦ ପାଏ,                    

ଜଗତ ଯାକଙ୍କୁ ଖାଇବା ଦିଏ l       

ଆମ ଚାଷୀ ଭାଇ, କ୍ଷେତ ର ପୁଅ,                  

 ବରଷା ଖୁସିରେ ସେ ଗୀତ ଗାଏ l

ତା ମନେ ନ ଥାଏ ବିଜୁଳି ଡର,                        

ଜଗତ ହିତରେ ଆନନ୍ଦ ତାର l    

ତା କ୍ଷେତରେ ଶସ୍ୟ ହେଉ ପୂରଣ                      

ସମସ୍ତେ କରିବା ତାଙ୍କୁ ସଲାମ

ଜୟ ଯବାନ, ଜୟ କିଷାନ,                      

 ଜଗତ ଗାଉ ତା ଗୁଣ ଗାନ l


Rate this content
Log in

Similar oriya poem from Inspirational