ମୁଁ ଗରିବ
ମୁଁ ଗରିବ
ଗରିବଟେ ବୋଲି ସଭିଏଁ କାହିଁକି
ଆଡେଇକି ମୋତେ ଚାହଁ
ମୋ ଆଖିରେ କଣ ଦେଖିବାକୁ ଚାହଁ
ବୋହୁଛି କି ନାହିଁ ଲୁହ ।
ଲୁହ ପରା ମୋର ଚିର ସହଚର
ବୋହୁଥାଏ ନିତି ନିତି
କିଛି ଲୁହ ମୋର ଆଖି ପିଇଯାଏ
କିଛି ଲୁହ ପିଏ ଛାତି I
ତଥାପି ଦିନେ ମୁଁ କାହାରି ଆଗରେ
କରିନାହିଁ ଅଭିଯୋଗ
ନିଜପରି ନିଜେ ଜୀଇଁ ମୁଁ ଶିଖିଛି
ଯିଏ ଯା ଭାବୁଛ ଭାବ I
ଗରିବ ହେବାରେ ଦୋଷନାହିଁ ମୋର
ତଥାପି ଯାଉଛି ସହି
ରକ୍ତପାଣି କରି ଖଟିବା ଶିଖିଛି
ମନେ ଅବଶୋଷ ନାହିଁ I
