ଅଶ୍ରୁଳ ବିଦାୟ
ଅଶ୍ରୁଳ ବିଦାୟ
ଶକ୍ତ ଲେଖନୀ ସ୍ତବ୍ଧ ପାଲଟିଲା
ଶୂନ୍ୟ ସ୍ଥାନ ସାହିତ୍ୟରେ,
ନୀରବ ହୋଇଲେ ମାତାମନୋରମା
କେ ହେବ ତାଙ୍କରି ତୁଲେ ।
ଶିକ୍ଷା ସାହିତ୍ୟ ସମାଜସେବାରେ
ଅଗ୍ରଗଣ୍ୟା ପୁରୋଧା ସେ,
ଶାରଳା ସମ୍ମାନେ ସମ୍ମାନିତା ହୋଇ
ଇତିହାସ ରଚିଲେ ସେ ।
ସାତ ସମୁଦ୍ର ତେର ନଈ
ଜହ୍ନ ରାଇଜର କଥା
କିଏ ସେ ରଚିବ ଆଉ,
ଟିକି ବଗିଚାର ଟିକି ଚଢ଼େଇ
ଏକଲା ନଈର ଗୀତ
ସେ ଲେଖା କାହୁଁ ମିଳିବ ।
ଧନ୍ୟ କାଳଜୟୀ ସାରସ୍ଵତ ସ୍ରଷ୍ଟା
ଧନ୍ୟ ତୁମ ମାତାପିତା,
ସାହିତ୍ୟ ଜଗତେ ସଦା ପ୍ରସ୍ଫୁଟିତ
ସାଜିଲ ଜଗତଜିତା ।
ଚୀର ବନ୍ଦନୀୟା ଅମଳିନ ଜ୍ୟୋତି
କିର୍ତ୍ତୀରାଜି ରଖିଗଲ,
ଆତ୍ମା ତୁମର ସଦଗତି ଲଭୁ
ଅଶ୍ରୁଳ ବିଦାୟ ଘେନ।
