ଶରତରେ ମାଁ ସାରଦା
ଶରତରେ ମାଁ ସାରଦା
ଶରତ ର ଆଗମନେ
ଶତ ଶତଦଳ ମୁଖରିତ ହୁଏ
ପଙ୍କ ପୁଷ୍କରିଣୀ ଖେଳିଉଠେ
ଆନନ୍ଦ ଉଲ୍ଲାସ ରେ ।
ଧରଣୀ ରାଣୀ ମଥା ଭରିଯାଏ
ସବୁଜ ଶସ୍ୟ ଧନ୍ୟ ମୁକୁଟ ରେ
ଚଉଦିଗ ପାର୍ବଣ ର ଋତୁରେ
ଭକ୍ତି ଭିତରେ ହଜି ଯାଏ ।
ଶରତ ଶୁକ୍ଳପକ୍ଷ ସପ୍ତମୀ ତିଥିରେ
ମାଁ ସିଂହବାହିନୀ ଧରାବତରଣ କରେ
ଦୟାମୟୀ ମାଁ ଆଗମନି
ଧରା ପୃଷ୍ଠେ ପାପୀ ନାଶି, ଦୁଃଖୀ ଦୁଃଖ ହରେ ।
କେତେ ରୂପେ କେତେ ନାମେ
ମହୀମଣ୍ଡଳେ ପୂଜା ପାଏ
ଦୁଃଖୀ ହୃଦୟ ର ଦୁଃଖ ଲାଘବ କରି
ନୁଆ ଜୀବନର ପଥ ଦେଖାଏ ।
କିଏ କହେ ଦୁର୍ଗା, କିଏ କହେ ଦଶଭୁଜା
ପୁଣି ମାଁ ସାରଦା
କିନ୍ତୁ!
ମୂଳ ଅକ୍ଷର ଯେ ମାଁ,
ସେ ବା ଜଗତର ମାଁ ଜଗତ୍ ଜନନୀ ।
ଦଶମୀ ରେ ମାଁ ମୃଣ୍ମୟୀ ବେଶେ
ଦର୍ଶନ ଦିଏ କୋଟି ଭକତ ନୟନେ
ଉଗ୍ର ରୂପ ଦର୍ଶନ ଅଭିଳାଷେ
କୋଟି ଭକତ ଚାହେଁ ଲକ୍ଷେ ଆନନ୍ଦେ ।
ଦୁଃଖର ନଈଁ ଶୁଖେଇ ଦେଇ
ସୁଖ ଦେବ ମାଁ ଢାଳି
ଏତିକି ନୀତି ମାଗୁଛି ମୁହିଁ
ବେନି ହାତ ପାତି ।
