STORYMIRROR

Dinesh Meher

Inspirational

4  

Dinesh Meher

Inspirational

ଲମ୍ବା ଉଡାଣ

ଲମ୍ବା ଉଡାଣ

1 min
387

ଏକ ଅପହଞ୍ଚ ରାସ୍ତାରେ

ଅଟକି ଯାଇଥିଲା ସେ,

ଆଗକୁ, ନା ଥିଲା ଦୂର ଦିଗନ୍ତର ପଥ

ନା ପଛରେ ଥିଲା ଫେରିବାର କାରଣ,

ନିର୍ବିକାର ସେ,

ଜୀବନକୁ ଜାବୁଡ଼ି ଧରି ଜିଇଁବାକୁ,

ଚେଷ୍ଟା କରୁଥାଏ

କିନ୍ତୁ ଅନ୍ଧାର ସବୁ,

ନା କେହି ତାର ସାହା

ନା ରାହା।


ହଠାତ୍!

ଅଜଣା ଲଗ୍ନରେ

ଅଜଣା ଟିଏ ଆସି

ଆଉଁସି ଦେଇ ତା ପିଠି କୁ

ଜିଇଁବାକୁ ଦେଖେଇ ଦେଲା 

ଅନେକ ସ୍ବପ୍ନ,

ସେ ଦ୍ରୋଣ ଥିଲା କି ବାଲ୍ମୀକି ଥିଲା

ଜାଣେନା,

ହେଲେ ଥିଲା ଜଣେ ଗୁରୁ,

ଶାନ୍ତ୍ବନା ଦେବା ଆଶାରେ

କହି ଦେଇଥିଲା,

କାହିଁ ତୁ ହାର୍ ମାନି ବସିଛୁ?

ଆଗେଇ ଚାଲ୍,

ଆଗକୁ ତ ଲମ୍ବା ଉଡାଣ ବାକି ଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational