STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମାଆ ଲୋ ଖୁଦୁରୁକୁଣୀ

ମାଆ ଲୋ ଖୁଦୁରୁକୁଣୀ

1 min
291


ଭାଦ୍ରବ ର ଶୁଭ ରବିବାର ପରା

ହସୁଛି ଆକାଶ ହସୁଛି ଏ ଧରା।

ମାଆ ଖୁଦୁରୁକୁଣୀ ଆଗମନ ତୋର

ତରୁଣୀଙ୍କ ମନ ଆନନ୍ଦେ ବିଭୋର।


ଅଲିଅଳି ସେହି ସାଧବ ଦୁଲଣୀ

ସାରା ଜଗତ ଯେ ଜାଣେ ତା କାହାଣୀ।

ତା ଆଖିର ଲୁହ ପୋଛି ଦେଲୁ ତୁହି

ସକଳ ଯାତନା ଦେଇଥିଲୁ ଧୋଇ।


ତା ଖୁଦ ମଣ୍ଡା ରେ ସନ୍ତୁଷ୍ଟ ହୋଇଲୁ

ଦୁଃଖ ପୋଛି ନେଇ ସୁଖ ଢାଳି ଦେଲୁ।

କୁଆଁରୀ ମାନଙ୍କ ପ୍ରିୟ ଠାକୁରାଣୀ

ତୁହି ପରା ସେହି ମାଆ ଖୁଦୁରୁକୁଣୀ।


ଧୂପ ଦୀପ ଆଉ ମନ୍ଦାର ଫୁଲ ରେ

ପୂଜନ୍ତି ତରୁଣୀ ଆନନ୍ଦ ଚିତ୍ତ ରେ।

ମଙ୍ଗଳ କାରିଣୀ ମାଆ ମୋ ମଙ୍ଗଳା

କିଏ ବା ବୁଝିବ ତୋହର ଏ ଲୀଳା।


ପ୍ରତି ବରଷ ର ଭାଦ୍ରବ ରେ ଆସୁ

ତରୁଣୀ ମାନଙ୍କୁ ଆଶିଷ ବରସୁୁୁ।

ଏହିପରି ମାଆ ତୋ କରୁଣା ଥାଉ

ତୋହରି କୃପାରୁ ଦୁଃଖ ଧୋଇଯାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational