STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଅଂଶୁମାନ

ଅଂଶୁମାନ

1 min
281

ଦୂରରେ ପଡିଛି ଖୁଦମଳୁଖ ଯେ

 ଗଗନେ କ୍ଷୁଧାର୍ତ୍ତ ପାରା,

ଲୋଭଗ୍ରସ୍ତ ବୃଦ୍ଧ ପାରା ମୁଖିଆ ବି

 ବୁଦ୍ଧି ଭ୍ରଷ୍ଟ ଚାହେଁ ଧରା,

 ବ୍ୟାଧ ଉହାଡେ ଲୁଚିଛି ପରା

କାଲି ହୁସିଆର କରୁଥିଲା ଯିଏ

 ଆଜି ଜାଲରେ ପଡିବ ଧରା।


ବୁଢାଚୋର ପୁଣି ବୁଡିବୁଡି ରହେ

 ଗଭୀର ଜଳରେ ଲୁଚି,

କାଳୀୟ ଦଳନ କରିଥିଲେ କୃଷ୍ଣ

  ଏକଥା ଭୁଲି ଯାଇଛି,

  ସତ୍ୟ ସର୍ବଦା ରହିଛି

ଈଶ୍ୱରଙ୍କୁ ଛାଡ଼ି ଯେତେ ଯାହା ଛତ୍ର-

 ଛାୟା ତଳେ ଥିଲେ ଲୁଚି।


କରି କରାଉଛ ବାହାସ୍ପୋଟ ମାରି

 ଆନ ହାତେ ଅଛି ଡୋର,

ଅଟ୍ଟହାସ୍ୟ କରେ କାଳ ଥାଇ ଦୂରେ

 କହେ ସେ ଅପେକ୍ଷା କର,

  ସତ୍ୟ ଧର୍ମ ଅନୁସର

 ଯେଉଁ ନିର୍ଯ୍ୟାତନା ପାଅ ବାରମ୍ବାର

 ଭୁଲି ଯାଇଛ ମନର।


କେତେ ଦିନ କୁହ କଳାବାଦଲ ଯେ

 ଅଂଶୁକୁ ଲୁଚାଇ ପାରେ,

ଯେତେ ବୋହିଲେ ବି ସାଗରରୁ ଜଳ 

 କେବେ କି ସେ ଶୁଖିପାରେ,

 ଗୁଣ ତ ଥିଲେ ପାଖରେ

ବାସ ଚହଟାଇ ବାରତା ଜଣାଇ

 ପରିଚୟ ଜଗତରେ।

 ତା'ର କିଏ କି ବା କରିପାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational