Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

4.3  

Prabhas Kumar mohapatra

Inspirational

ତୋଷାମଦକାରୀ

ତୋଷାମଦକାରୀ

1 min
418



ତୋଷାମଦକାରୀ ଅଟେ ଶ୍ଵାନ ପରି

ପାଦ ଚାଟୁଥାଏ ନିତି l

ବହୁରୂପୀ ରୂପ ଅଟଇ ତାହାର

ଆଉଁସିବା ତା ପ୍ରକୃତି l


ସର୍ବଦା ନିଜର ସ୍ୱାର୍ଥ ଚିନ୍ତା ତାର

ମରୁ ପଛେ ଆଉ କିଏ l

ନିଜ ଦୋଷ କେବେ ଦେଖେ ନାହିଁ ଯିଏ

ଅନ୍ୟ ଦୋଷ ଦେଖେ ସିଏ l


ସହଜରେ ଜଣା ନ ପଡଇ ସିଏ

ତୋଷାମଦକାରୀ ଭାଇ l

ସମ୍ମୁଖରେ ହାତୀ ଦେଖିଲା କ୍ଷଣିକି

ପାଦ ସିଏ ଆଉଁସଇ l


ଛେଳି ପାଖେ ତାର ଦେଖାଏ ହାକିମ

ବାଘ ପାଖେ ଭୟ ତାର l

ବାଘ ଶୋଇ ଅଛି ଉଠିବ ନିହାତି

ସମୟ ଆସିଲେ ତାର l


ତୋଷାମଦକାରୀ ତୋଷାମଦକରି

କରିଚାଲ ଇଛା ଯାହା l

କାଳର ଚକ୍ରକୁ ଦେଖୁଥାଅ ଟିକେ

ଭବିଷ୍ୟେ ଘଟିବ ତାହା l


ଫମ୍ପା ମାଠିଆ ର ଶବଦ ବେଶୀରେ

ପୂର୍ଣ୍ଣ କୁମ୍ଭ ସଦା ସ୍ଥିର l

ଯେଦିନ ଫାଟିବ ଜଗତ ଦେଖିବ

ବନ୍ୟା ତ ହୋଇବା ସାର l

   


Rate this content
Log in

Similar oriya poem from Inspirational