STORYMIRROR

Kalandi pal

Inspirational

4  

Kalandi pal

Inspirational

ବଳି ବାମନ ବେଶ

ବଳି ବାମନ ବେଶ

1 min
315


ଶ୍ରେଷ୍ଠ ଧାମ ଶ୍ରେଷ୍ଠ ନାମ ଶ୍ରେଷ୍ଠ ନିଦର୍ଶନ

ଯୁଗେ ଯୁଗେ ଶ୍ରେଷ୍ଠ ତୁମେ ସ୍ୱୟଂ ପରଂବ୍ରହ୍ମ

ଚାରିଯୁଗ ଅବତାର ନୀଳାଚଳେ ଘେନ

କଳି ଯୁଗେ ଧନ୍ୟ ପ୍ରଭୁ ହେଲ ଦାରୁ ବ୍ରହ୍ମ l


ଦାନବୀର ଥିଲେ ବାଳି କରୁଥିଲେ ଦାନ

ଦାନ ଭିକ୍ଷା ପାଇଁ ତୁମେ ହୋଇଲ ବାମନ.

ତିନିପାଦ ଭୂମି ମାଗି ପାତାଳେ ଚାପିଲ

ଯୁଗ ଯୁଗ ପାଇଁ ଅବତାର ରଖିଗଲ l


ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ପରା ଦିନ

ସିଂହାସନେ ବେଶ ହୁଅ ସେ ବଳି ବାମନ

ବାମନର ପାଟ ପିନ୍ଧି କେତେ ଢଙ୍ଗେ ରଙ୍ଗେ

ହସ୍ତ ପାଦ ଲଗାଯାଏ ଅଧା ଗଢ଼ା ଅଙ୍ଗେ ।


ମସ୍ତକେ ବାମନ ଚୁଳ ରମାନନ୍ଦି ଚିତା

ଏକ ହସ୍ତେ କୁଶବଟୁ ଆର ହସ୍ତେ ଛତା

ବରଷକରେ ଦୁଇ ଥର ହୁଅ ବେଶ ବାମନ

ରଥପରେ ବାମନ ବେଶେ କର କଲ୍ୟାଣ l


ସିଂହାସନେ ଯଥା ପୂର୍ବମ ବାମନର ବେଶେ

ବିରାଜିତ ହୁଅ ପ୍ରଭୁ ଗର୍ବ ଦର୍ପ ନାଶେ

ନମୋ ନମୋ ହେ ବାମନ ଦେବ ଶ୍ରୀ ଚରଣେ

ସତ୍ୟଯୁଗ ଅବତାର ହୁଅ ସିଂହାସନେ l

 


Rate this content
Log in

Similar oriya poem from Inspirational