Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ପ୍ରଭୁଙ୍କୁ ବାନ୍ଧିଲେ ମହାଲକ୍ଷ୍ମୀ

ପ୍ରଭୁଙ୍କୁ ବାନ୍ଧିଲେ ମହାଲକ୍ଷ୍ମୀ

1 min
135



ଶରଦ ପୂର୍ଣ୍ଣିମା ରାତ୍ରୀ ଉଦେ ନିଶାକର

ଲକ୍ଷ୍ମୀ ଲକ୍ଷ୍ମୀନାହାଙ୍କର ପଡ଼ିଛି ବିଚାର l

ସିଂହଦ୍ୱାରେ ଲାଗିଅଛି ଭକ୍ତଙ୍କ ଗହଳି

ଲକ୍ଷ୍ମୀନାରାୟଣଙ୍କର ଆଜି ପଶାକେଳି l

ଶୁଦ୍ଧ ସୁବର୍ଣ୍ଣ କୋଠୀରେ ସୁବର୍ଣ୍ଣ ଆସନ

ମହାଲକ୍ଷ୍ମୀ ସଙ୍ଗେ ପ୍ରଭୁ ଗରୁଡ଼ ବାହନ l

ଜୁଆ କଉଡ଼ି ମୁଠିରେ ମେଲି ପଶାପାଲି

କମଳାଙ୍କ ସହ ଖେଳ ପ୍ରଭୁ ବନମାଳୀ l

ପ୍ରଥମ ମୁଠିରେ ଭକ୍ତ କଲେ ଜୟ ଜୟ

ମୁକୁଟ ହାରିଲେ, ପ୍ରଭୁ ଲଭି ପରାଜୟ l

ଦ୍ୱିତୀୟ ବାଜିରେ ହାରି ଜଗତ ଠାକୁର

ବୋଲନ୍ତି ଲକ୍ଷ୍ମୀଙ୍କୁ ନିଅ ଗଳା ରତ୍ନହାର l

ତୃତୀୟେ ହାରିଲେ ପୁଣି କମଳ ନୟନ

କମଳାଙ୍କୁ ବନ୍ଧାଦେଲେ ହସ୍ତର କଙ୍କଣ l

ଚତୁର୍ଥ ବାଜିରେ ହାରି ପୁନଃ ଲକ୍ଷ୍ମୀନାହା

ବୋଲନ୍ତି କୁଣ୍ଡଳ ଘେନ ସାଗର ତନୟା l

ଆନ ଖେଳ ମହାପ୍ରଭୁ ଯେଣୁ ଗଲେ ହାରି

ପ୍ରଭୁଙ୍କୁ ବାନ୍ଧିଲେ ଘେନି ସାଗର ସୁନ୍ଦରୀ l

ଏମନ୍ତେ ବନ୍ଧାରେ ପ୍ରଭୁ ରାତ୍ରୀଗଲା ପାହି

ପ୍ରଭୁ ବାର୍ତ୍ତା ଦ୍ୟନ୍ତି ଭକ୍ତ ଜୁଆ ଖେଳ ନାହିଁ l

ଜୟ ଜୟ ମହାଲକ୍ଷ୍ମୀ ଜୟ ତୋର ଲୀଳା

ଚରଣେ ତୋହର ମାଆ ଅଧମ ନମିଲା l

   


Rate this content
Log in

Similar oriya poem from Inspirational