Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.2  

Gobinda Chandra Sethi

Inspirational

ଆସୁଛି ଦୀପାଳି

ଆସୁଛି ଦୀପାଳି

1 min
162


ଆସେ ଅମାବାସ୍ୟା ଦୀପାଳି ନେଇ 

           ଦୀପକୁ ଆଲୋକେ ଦିଏ ସଜାଇ ।

ହସ ଖୁସି ଭରେ ସଭିଙ୍କ ମନେ 

          ପିଲା ଡେଉଁଥାନ୍ତି କେତେ ଉଚ୍ଛନେ।

ଆଜି ମନେପଡେ ମୋ ପିଲାଦିନ

           ଦୀପେ ଦୀପାବଳୀ ଖୁସି ବ୍ୟଞ୍ଜନ।

ସାଙ୍ଗ ସାଥୀଙ୍କର ହୋଇଛି ମେଳ

            ବାଣ କିଣିବାକୁ ହେଉ ପାଗଳ।

ଖଞ୍ଜିଥିଲା ବୋଉ ଦୀପେ ବଳିତା

           ତେଲେ ଭରିଥିଲି ନଥିଲା ଚିନ୍ତା ।

ଦାଣ୍ଡରୁ ଦୁଆର ପଡିଛି ଝୋଟି

           ଦୀପକୁ ରଖିଛି ସେଠି ସାଇତି ।

ଅମାବାସ୍ୟା ରାତି ଘୋର ଅନ୍ଧାର

           ଦୀପ ଜଳୁଥାଏ ଲାଗେ ସୁନ୍ଦର ।

ଲାଗାଇ ସୁନ୍ଦର ଆମର ଧରା 

           ସତେ ଧରିତ୍ରିରେ ଫୁଟିଛି ତାରା।

କାଉଁରିଆ କାଠି ଲଗାଇ ନିଆଁ

         ହୋଇ ନାହିଁ ମୁହିଁ କେବେ ଛାନିଆଁ ।

ବଡ ବଡୁଆଙ୍କୁ ଡାକନ୍ତି ବାପା

         ମନରେ ହୋଇଛି ସେ ସବୁ ଛାପା।

ଧରିଛି ହାତରେ ଝୁରୁ ଝୁରିଆ

         ହାବେଳୀ ଫୁଟୁକା କରେ ଛାନିଆଁ।

ସାପ ବାଣ ପଶି ଗୋଡ଼ ଭିତରେ

          ଚକ୍ରୀ ବୁଲୁଥାଏ ଦାଣ୍ଡ ଦୁଆରେ ।

ଆଧୁନିକ ଯୁଗେ ଦୀପାଳି ପର୍ବ

          ଅଦୃଶ୍ୟ ହୋଇଛି ଦୃଶ୍ୟ ତା ପୂର୍ବ ।

ବିଜୁଳି ଆଲୁଏ ଜଳୁଛି ଦୀପ

          ଲିଭୁନାହିଁ କେବେ ଆମ ପ୍ରଦୀପ ।

ଫୁଟୁଅଛି ଆଜି ଅସଂଖ୍ୟ ବାଣ

           ପରିବେଶ ସବୁ ଗଲାଣି ଜାଣ ।

ଆସ ଆସ ଆଜି ଭଉଣୀ ଭାଇ

        ଦୀପାଳି କି ଦୀପେ ଦେବା ସଜାଇ ।

ଅଭୁଲା ସ୍ମୃତିକୁ ସ୍ମୃତିରେ ଆଣି

           ଭାଇଚାରା ଭାବ ଆସିବ ପୁଣି ।

ସତ୍ୟ ଅହିଂସାର ହେବ ବିଜୟ 

          ନଥିବ ସଂସାରେ କାହାର ଭୟ ।


Rate this content
Log in

Similar oriya poem from Inspirational