ଅନନ୍ୟା ନାରୀ
ଅନନ୍ୟା ନାରୀ
ସୃଷ୍ଟିର ରମଣୀ ଆମ ଜନନୀ
ଚିର ବନ୍ଦିତା ଆଦ୍ୟା ଚିରନ୍ତନୀ ।
ତୁମେ ସର୍ବଂସହା ମଙ୍ଗଳ ମୟୀ
ଚିର ବରେଣ୍ୟା ତୁମେ ହିଁ ଚିନ୍ମୟୀ ।
କେବେତ ଭଗିନୀ କେବେତ କନ୍ୟା
ପୁଣି କେବେ ଧାତ୍ରୀ କେବେବି ଜାୟା ।
ସଂସାରେ ଲଗାଇ ଅନେକ ମାୟା
ସର୍ବ ରୂପେ ତୁମେ ବିସ୍ତାର କାୟା ।
କେବେ ପ୍ରଜ୍ବଳିତ ଶିଖାର ନିଆଁ
ସାଜ ପୁଣି କେବେ ଅନ୍ଧାରେ ଧୂଆଁ ।
ସ୍ୱର୍ଣ୍ଣିମ ଆଗତ ଅନନ୍ୟା ବର୍ଣ୍ଣ
ଯେବେ ତ ସାଜିଛ ପୂର୍ଣ୍ଣିମା ଜହ୍ନ ।
ନାରୀ ତରଙ୍ଗିନୀ ଦେଲେ ଦର୍ଶନ
ତରଙ୍ଗିତ ହୋଇ ରଖ ଜୀବନ ।
ନାରୀ କେବେ ହୁଏ ପ୍ରୀତି ବାହକ
ପ୍ରୀତିକର କରେ ତାର ପ୍ରେମିକ ।
ମନ ସଦା ତାର ଉଡ଼ନ୍ତା ବିହଙ୍ଗ
ଜୀବନେ ଆଣେ ସେ ଫଗୁଣ ରଙ୍ଗ ।
ଦୁଃଖ କ୍ଳେଶ ତାର ସଦା ଭୂଷଣ
ତାର ଚଲାପଥେ ପ୍ରକାଶେ କିରଣ ।
ସୀମାହିନ ଅଟେ ତାର ସପନ
ସପ୍ତଦୀପା ରୂପେ ପାଏ କଷଣ ।
ନାରୀ ମହିମା କେ ପାରେ ବଖାଣି
ନିଜ ଚରିତ୍ରେ ସେ ରଚେ କାହାଣୀ ।