ଉତ୍କଳ ଯୋଦ୍ଧା
ଉତ୍କଳ ଯୋଦ୍ଧା
ଓଡ଼ିଆ ଭାଷାରେ ଗଢିଲା ପ୍ରଦେଶ
ସେ ପାଇଁ ପାଳୁଛୁ ଉତ୍କଳ ଦିବସ l
ଉତ୍କଳ ଗୌରବ ସେ ମଧୁ ସୁଦନ
ଆଇନି ଜ୍ଞାନରେ ଥିଲେ ବଳିଆନ l
ଗଢି ଥିଲେ ସେ ଉତ୍କଳ ସମ୍ମିଳନୀ
ଏକାଠି କରିଲେ ଅନେକ ବିନ୍ଧାଣି l
ଉତ୍କଳର ମଣି ଗୋପ ବନ୍ଧୁ ଦାସ
କରିଥିଲେ ଆମ ସମାଜ ପ୍ରକାଶ l
ବ୍ୟାସ କବି ଆମ ଫକୀର ମୋହନ
ବାଲେଶ୍ୱର ପାଇଁ ଥିଲେ ତ ବିଦ୍ୱାନ l
ପ୍ରକୃତି କବି ଗଙ୍ଗା ଧର ମେହେର
ଭାଷା ସାହିତ୍ୟରେ ଅନେକ ସୁଧାର l
ଭକ୍ତ କବି ଆମେ କରି ଥିଲେ ବୋଧ
ରଚି ଥିଲେ ଜ୍ଞାନ ଦେଇ ବର୍ଣ୍ଣ ବୋଧ l
ମଧୁ ସୁଦନ ରାଓ ଚିର ନମସ୍ୟ
ରାଧା ନାଥ ରାୟ କବିତା ଭବିଷ୍ୟ l
ଲେଖନୀ ଚାଲିଲା ଓଡିଆ ଭାଷାର
କାବା ହୋଇଗଲା ବଙ୍ଗ ଓ ବିହାର l
ଛାଡ଼ ଛାଡ଼ ଆମ ଓଡ଼ିଆଙ୍କ ଛୁଟି
ରହି ପାରିବୁ ନି ଆମେ ତୁମ କତି l
ଭ
ାଷା ସାହିତ୍ୟରେ ଆମେ ବଳିୟାନ
ଜଗାର ସଂସ୍କୃତି ରଖିବୁ ତା ମାନ l
୧୯୩୬ ମସିହା ଏପ୍ରିଲ ପହିଲା
ଆମ ଦେଶ ନାମ ଓଡିଶା ହୋଇଲା l
ଜୋଅନ ଅଷ୍ଟିନ ଇଂରେଜ ଜାତିର
ପ୍ରଥମେ ହୋଇଲେ ଆମ ଗଭର୍ଣ୍ଣର l
କୃଷ୍ଣ ଚନ୍ଦ୍ର ଦେବ କଲେ ଆମନ୍ତ୍ରଣ
ପ୍ରଧାନ ମନ୍ତ୍ରୀରେ ପାଇଲେ ସମ୍ମାନ l
ପରାଧୀନ ଦେଶେ ସ୍ୱାଧୀନ ଓଡିଶା
ଉତ୍କଳ ଯୋଦ୍ଧାର ଯୁଦ୍ଧରେ ଅହିଂସା l
ଶୁଣିଲେ ଲାଗୁଛି ସତେତ ଚକିତ
କିପରି କରିଲେ ତାକୁ ପ୍ରତିହତ l
ଉତ୍କଳ ଜନନୀ ବୀର ପ୍ରସବିନୀ
ଭରିଛନ୍ତି ଶାନ୍ତି ଦିବା ଓ ରଜନୀ l
ଧନ୍ୟ ଧନ୍ୟ ତୁମେ ଉତ୍କଳର ଯୋଦ୍ଧା
ହେ ଚିର ନମସ୍ୟ ଆମର ପୁରୁଦ୍ଧା l
ବୋହୁଛି ଦେହରେ ତୁମର ସେ ରକ୍ତ
ଉତ୍କଳେ ଓଡ଼ିଆ ତୁମ ପାଇଁ ଶକ୍ତ l
ଯୁଗେ ଯୁଗେ ତୁମ ରହିଥାଉ ମାନ
ତୁମ ପାଇଁ ଆଜି ଉତ୍କଳ ମହାନ l