STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ସୀମାହୀନ ମମତା

ସୀମାହୀନ ମମତା

1 min
222


ସୀମାହୀନ ମମତା ରେ ଭରା ତୋ ହୃଦୟ

ତୋ ଋଣରେ ଋଣୀ ମୁହିଁ ମୋର ଭାଗ୍ୟଦୋୟ,

ଭକତି ର ପାରାବାରେ ମୋ ମନ ବୋଇତ

ଭାବଧନ ବଣିଜ ରେ ଭରା ତୋ ସାନିଧ୍ୟ......


ମୋହଭରା ଅତୀତ ର ହୀରା, ଲୀଳା, ମୋତି

ସାଇତା ଦୁଃଖ ସେ ମୋର ତୁ ଯାହା ଦରଦୀ,

ଯେମିତି ରଖିଛୁ ମୋତେ ରହିଛି ସେମିତି

ତୋର ନାମ ସ୍ମରଣେ ମା ହୁଏ ସର୍ବସିଦ୍ଧି.......


ହୃଦୟ ବେଦୀ ରେ ତୋର ଶ୍ରଦ୍ଧା,ଆରାଧନା

ଲିଭିଯାଉ ଏ ଜୀବନ ତୋ ସେବାରେ ସିନା,

ଭକତି ଲୁହେ ପଖଳା ଏ ହୃଦ ଚେତନା

ଚିର ମଧୁକ୍ଷରା ମାଲୋ କରୁ ଆନମନା.....


ଫୁଲଠୁ ନରମ ବୁଝୁ ମନର ମରମ

ଅନ୍ତର ବେଦନା ପୋଛୁ ସ୍ନେହରେ ଅସୀମ,

ସମ୍ବଳ ତ ଯାହା ଆଖି ଲୁହ ମୁଁ, ଅଧମ

ବିଶ୍ୱ ପ୍ରାଣେ ବିଶ୍ୱାସ ମା ଦେଖାଇ ଧରମ......


ଯେଉଁ ବିଶ୍ୱାସ ରେ ଗଢ଼ା ଏ ହୃଦୟ ମୋର

ଭାଙ୍ଗିବୁନି କେବେ ମା "ସମ୍ବଳ ହୃଦୟର,

ନିଉଚ୍ଛାଳି ହୋଇ ଆତ୍ମା ଅର୍ପୁଛି ଏଥର

ହୃଦ ତପୋଵନେ ଭରା ବାସ ଚନ୍ଦନର.......


ତୋଠାରୁ ଅଧିକ କିଏ ଅଛି ଆପଣାର

ଆକଟ କରିବ ସିଏ ହୋଇ ମୋ ନିଜର,

ପଥ କି ସୁପଥ ଭାବ କହିଦେବ ମୋର

ଜାଣେ ସହି ପାରିବୁନି ଦୁଃଖ କୁ ମୋହର......


ଛଳ, ଛଳ ଆଖିତୋର ଦୟା, କରୁଣାର

ଅଭିମାନ, ଅଭିଯୋଗେ ସ୍ମିତ ହାସ୍ୟଧାର,

ପତିତପାବନୀ ଶ୍ରଦ୍ଧା, ଅମୃତ ଆଧାର

ମୋ"ଧର୍ମ, କର୍ମଲୋ ତୋର ମା"କୋଟି ଜୁହାର.....


ଶ୍ୟାମଳିମା ପୂର୍ଣ୍ଣ ଗିରିରାଜ ଶୋଭାଭରା

ଆସ୍ଥାନ କରିଛୁ ଶାନ୍ତ ପ୍ରକୁତି ସେ ଧରା,

ଆତ୍ମାଡାକ ଶୁଣୁଥିବୁ ହୃଦୟର ପରା

ମମତାର ଗାର ପଥେ ଲୁହ ମୋ ଅସରା.......




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational