STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ଆବାଲ୍ୟ ଆଶ୍ରିତ

ଆବାଲ୍ୟ ଆଶ୍ରିତ

1 min
179


   ଆବାଲ୍ୟ ଆଶ୍ରିତ ମୁହିଁ ପ୍ରଭୁ ଶ୍ରୀ ଚରଣେ

   କି ଗୁଣ ଗାଇବି ପ୍ରଭୁ ଏ ମୂର୍ଖ ପରାଣେ

        ପ୍ରଭୁ ଜ୍ଞାନମୟ ତୁମେ,

   ଅକିଞ୍ଚନ ପଦାଶ୍ରିତ ଦୟା କର ମନେ..... ପ୍ରଭୁ 


   କ୍ଷଣମାତ୍ର ବଦଳାଇ ଦିଅ ଜୀବନ କୁ

   ଦୟା ନେତ୍ରେ ଚାହିଁ ଦେଲେ ଦୁଃଖ ହରେସବୁ

       ଛାର ନିମିତ୍ତ ମୁଁ ପ୍ରଭୁ,

   ଜ୍ଞାନଦାତା ଅଜ୍ଞାନୀ ମୁଁ ତୁମେ ଜ୍ଞାନ ବନ୍ଧୁ..... ପ୍ରଭୁ 


    ଜୀବନ ସାଗରେ ଆଜି ଥକି ପଡୁଅଛି

    ଅମା ଅନ୍ଧକାର ଭରା ଚକିତ ହେଉଛି

       ତୁମେ ଭରସା ମୋ ପାଇଁ,

    ମହାର୍ଘ୍ୟ ଭାବର ଧାରା ହୃଦେ ଦିଅ ସାଇଁ.... ପ୍ରଭୁ 


    ତୁମେ ଏମିତିକା ମୋର କୁହୁକ ଶବଦ

    ମୋ ଲୁହ,ଯାତନା ପଥେ ଥାଅ ହେ ନିରତ 

        ଭାବମୟ ହେ ଅନନ୍ତ 

    ନୀରବ ସେ ଭିଜାସୁର ଭାବରେ ସନ୍ତପ୍ତ ..... ପ୍ରଭୁ 


   ମୁହିଁ ପ୍ରଭୁ ପୁଜାରିଣୀ ଶ୍ରୀ ଚରଣେ ଦାସ

    ଅଜ୍ଞାନତା ଦୂରେ କାଢି ଦିଅ ଭକ୍ତି ରସ,

       ମନ, ବଚନ ରେ ଆସ,

    ନିରାଶା ପରାଣ ପ୍ରଭୁ ହୃଦୟ ରେ ବସ...... ପ୍ରଭୁ 


    ଅର୍ଚ୍ଚନା କି ଆରାଧନା ତଵ ନାହିଁ ମୋର

    ଭଲ ପାଇବାର କଳା ଦେବ ହେ ଠାକୁର

        ପ୍ରାଣପ୍ରିୟ ହେ ଶ୍ରୀଧର,

    ସୁନା ସଙ୍ଖାଳି ରେ ହୃଦ ସିଂହାସନେ ମୋର...... ପ୍ରଭୁ


ଭାବଭିଜା ସ୍ମୃତିସବୁ ତୋର ହୃଦୟ ପୁଲକିତ କରିଦିଏ... Il ଯେତେ ବାଧା, ବିଘ୍ନ ପଥରେ ତୁ ହିଁ ତ ମୋର ସର୍ବସ୍ୱ.... Il ଆତ୍ମାରୁ ଭଲ ପାଇବାର ଅର୍ଘ୍ୟ ଦେଉଛି ଆଜି ତୋର ସୁନାବେଶ ରେ.... Il ନ ଯାଇ ପାରିଲେ କଣ ହେଲା ତୋ ଅମୃତ କୈବଲ୍ୟ ପାଇ କୃତ୍ୟ, କୃତ୍ୟ ମୁଁ ରେ ଧନ..... ଜୟ ଜଗନ୍ନାଥ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational