STORYMIRROR

Gobinda Chandra Sethi

Fantasy Inspirational

4  

Gobinda Chandra Sethi

Fantasy Inspirational

ଆମ ବନ୍ଧୁତ୍ୱ

ଆମ ବନ୍ଧୁତ୍ୱ

1 min
15

ଜୀବନ ଲାଗେ ସୁନ୍ଦର 

       ବନ୍ଧୁ ଆସିଲେ ନଜର ।

ସତେ ଈଶ୍ୱରଙ୍କ ଦାନ 

       ଚଲା ପଥରେ ଇନ୍ଧନ ।

ଏକ ଆତ୍ମା କରେ ବାସ 

       ଦୁଇ ହୃଦୟେ ପ୍ରବେଶ ।

ଜଣକୁ କରିଲେ ଧ୍ୟାନ 

      ଖୋଜୁଥାଏ ଅନ୍ୟ ମନ ।

ରହିଥିଲେ ଯେତେ ଦୂର 

       ସଦା ପାଶରେ ନଜର ।

ପ୍ରକୃତରେ ସିଏ ବନ୍ଧୁ 

       ବିପଦେ ଲଙ୍ଘଇ ସିନ୍ଧୁ ।

ଅନ୍ଧାରେ ସାଜଇ ତାରା 

      ଚଲା ପଥରେ ସାହାରା ।

ବୁଝେ ସୁଖ ଦୁଃଖ ସବୁ 

     ସତେ ପାଖରେ ସେ ପ୍ରଭୁ ।

ସିଏ ମୋ ପ୍ରକୃତ ବନ୍ଧୁ 

       ଭୁତ ଭବିଷ୍ୟତ ଇନ୍ଦୁ ।

ସତେ ପିୟୁଷର ଧାର 

     ଜୀବନେ ଆଣେ ସୁଧାର ।

ଜୀବନ ଅମୂଲ୍ୟ ଧନ 

        ବନ୍ଧୁ ରଖଇ ସମ୍ମାନ ।

ବାନ୍ଧେ ସୁବର୍ଣ୍ଣର ରସି 

      କେହି ନ ପାରନ୍ତି ଖସି ।

ଯାତ୍ରା ହୁଏ ନାହିଁ ଶେଷ 

     ଅମରେ ଛାଡେ ନିଶ୍ୱାସ ।



Rate this content
Log in

Similar oriya poem from Fantasy