STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଜୀବନରଙ୍ଗ

ଜୀବନରଙ୍ଗ

1 min
230


ଅନ୍ଧାର ରାତିରେ ତାରାମାନେ 

ମିଞ୍ଜି ମିଞ୍ଜି ହୋଇ ଦିଶୁଥିଲେ ।

ଗୀତ ଗାଉଥିଲା କେଉଁ ତାରକା ତ

ଦଳଗତ ଖେଳେ କିଏ ଯାଇଥିଲା ମଜ୍ଜି

କିଏ ପୁଣି କରୁଥିଲା ନାଚକୁଦ ଲୀଳା ଅଭିନୟ

ଏବଂ ନିଜ ନିଜ ଅକ୍ଷ ଆସ୍ଥାନରେ

ସମୁଜ୍ଜ୍ୱଳ ଦିଶୁଥିଲେ ଛାୟା ମାୟା

ଶୁକ୍ର ଶନି ରାହୁ କେତୁ ଗ୍ରହ ।

ଛୋଟିଆ ଜୀବଟେ ମୁହିଁ

ଚକିତ ନୟନେ ଚାହେଁ ,ଡରିଯାଏ

ଗଣିବାକୁ ଆକାଶରେ ତାରା

ମାତ୍ର ଦିବସେ ଅନେକ ନୁହେଁ

ଗୋଟିଏ ତାରକା ଉଏଁ

ସକଳ ଶକ୍ତି ଆଧାର ସୂର୍ଯ୍ୟ ତା ନାଁ,

ଉଜ୍ଜ୍ୱଳ ତା କିରଣରେ ମୋ ସପନ

ତନ୍ଦ୍ରା ହଜେ ଜାଗେ ନିଖିଳ ଜୀବନ

ଗରୀୟସୀ ସନାତନ ଅମୃତ ସୁନ୍ଦର

ଜାଗେ ପୁଣି ସତ୍ୟ ସବୁଜିମା ।

ସ୍ୱସ୍ଥାନ ସ୍ୱସ୍ତିକ ଚକ୍ରେ ଗତିଶୀଳ ମୋ

ଅବସ୍ଥା ଏ ଜଗତ ଆବର୍ତ୍ତ ଉଦବର୍ତ୍ତ

ସଙ୍କଟେ ବିନ୍ଦୁ ବିଶ୍ୱାସ ବାନପ୍ରସ୍ଥ ବ୍ରହ୍ମ ନ୍ୟାସ

ଦୁଃଖ ଜଞ୍ଜାଳ ଗ୍ରସିତ ବିକଟ ଗାର୍ହ୍ୟସ୍ଥ୍ୟ।

ଆଜି ଶୁଭ ମଙ୍ଗଳ ବେଳାରେ

ଅଳି କରେ ବିଭୁ ପଦ ତଳେ

ବରଷୁ ରଙ୍ଗ ଅବିର

ଜୀବନର ହେଉ ଜୟଗାନ,

 ସ୍ୱସ୍ତିକ ଜୀବନ ଚକ୍ର ଚଳମାନ

ହେଉ ସ୍ୱଚ୍ଛନ୍ଦରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational