ଦେଇଛି ସ୍ଲୋଗାନ
ଦେଇଛି ସ୍ଲୋଗାନ
ଦେଇଛି ସ୍ଲୋଗାନ ଦେଶପାଇଁ ଆମ
ଲଢ଼ିଛି ସାହାସ ଧରି
ସ୍ୱାଧୀନ ପାଇଁକି ତାଙ୍କର ସଂଗ୍ରାମ
ହେବେ ନାହିଁ କେହି ସରି ।
"କର କିମ୍ବା ମର" ମହାତ୍ମାଙ୍କ ଧ୍ୱନୀ
ସଂସାରେ ଛାଡିଲେ ରଡି
ସ୍ୱାଧୀନେ ବଞ୍ଚିବା ନୋହିଲେ ମରିବା
ସାହସ ଧରିଲେ ଭିଡି ।
"ରକ୍ତ ଦିଅ ମୋତେ ସ୍ୱାଧୀନତା ଦେବି"
ଥିଲା ସୁବାଷ ସ୍ଲୋଗାନ
ଆଜାଦ ହିନ୍ଦ୍ ର ସେ ମହା ନାୟକ
ରଖିଯାଇଛନ୍ତି ମାନ ।
"ସ୍ୱାଧୀନ ମୋହର ଜନ୍ମ ଅଧିକାର"
କରିପାରିବନି ଛିନ୍ନ
ବାଳ ଗଙ୍ଗାଧର ତିଳକ ଆହ୍ୱାନ
ରହିଥିଲା ସତେ ଭିନ୍ନ ।
"ଜୟ ହେ କିଷାନ ଜୟ ହେ ଯବାନ"
ଥିଲା ଶାସ୍ତ୍ରୀଙ୍କର ଡାକ
ଦଳ ଦଳ ହୋଇ ଉଭା ହୋଇଗଲେ
ଶାସ୍ତ୍ରୀଜୀ ହେଲେ ଭାବୁକ ।
କହି ଇନକ୍ଳାବ ଆଉ ଜିନ୍ଦାବାଦ
ଭଗତ ସିଂହ ନାଚିଲେ
ଦେଶ ପ୍ରେମ ଭାବ ଯୁବ ପିଢ଼ି ନେଇ
ଲାଲ ପ୍ରେମେ ବଳୀନେଲେ ।
ଏ ସାରେ ଯାହାଁ ସେ ଅଛେ ହିନ୍ଦୁସ୍ଥାନ
ଦେଶାତ୍ମବୋଧ ସଂଗୀତ
ଇଂଗ୍ରେଜ ଶାସନ ଦୋହଲାଇ ଥିଲା
ଆମ ଇକବଲ ଗୀତ।
"ଭାରତ ଛାଡ଼"ତୁ ମହାତ୍ମା କହିଲେ
ଲୋଡା ନାହିଁ ତୁମ ବଳ
"ଜୟହୀନ୍ଦ୍" ଧ୍ୱନୀ ସୁବାଷଙ୍କ ନେଇ
ଭାରତ ହେଲା ସବଳ ।
"ସତ୍ୟଂ ଏବ ଜୟ" ନୁହେଁ ପରାଜୟ
କହିଥିଲୁ ଆମେ ଦମ୍ଭେ
ମଦନ ମୋହନ ମାଲଭ୍ୟାଙ୍କ ଡାକ
ସତ୍ୟ ହେଲା ଅବିଳମ୍ବେ ।
ଆଜି ଏ ତ୍ରିରଙ୍ଗା ଉଡେ ଫର୍ ଫର୍
"ଭାରତ ମାତାକି ଜୟ"
ଶୁଣିବାକୁ ଆଜି ସେ ବୀର ନାହାନ୍ତି
ମନଟା ହୁଏ ଅଥୟ ।
ସ୍ୱାଧୀନ ଭାରତେ ଆମର ସ୍ଲୋଗାନ
ମହାତ୍ମା ଗାନ୍ଧୀକି ଜୟ
ଧନ୍ୟ ଧନ୍ୟ ଆଜି ମହାତ୍ମା ଆମର
ଦେଇଛ କେତେ ଅଭୟ ।
ଅମର ବୀରଙ୍କ ଜୟଗାନ କରି
ଉଡୁଛି ଆଜି ତ୍ରିରଙ୍ଗା
ସ୍ୱାଧୀନ ଦିବସେ ହସି କହୁଅଛି
ଦେଶେ କର ନାହିଁ ଦଙ୍ଗା ।