STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସମ୍ପର୍କ

ସମ୍ପର୍କ

1 min
314

ତୀବ୍ର ପୀଡ଼ାରେ ଫାଟି ପଡେ ଆତ୍ମା

ବେପାରୀ ବୁଦ୍ଧି ଦେଖି

ଦେବା ନେବା ନିକିତିରେ

ସ୍ନେହ,ପ୍ରେମ ଯହିଁ

ଓଜନ ହେଉଛି।


ଲହୁ ଲୁହାଣ ହୁଏ

ଏମିତି ସମ୍ପର୍କର ସଂଜ୍ଞାରେ

ପରସ୍ପର ଭାବ

ସଉଦା ହୋଇ କିଣା ବିକା ହେବାରେ।


ଭାଙ୍ଗି ପଡେ ମନ

ସ୍ୱାର୍ଥ ଜଡିତ ସମ୍ପର୍କ ରଙ୍ଗ ଦେଖି

ପାଇବା ଲାଳସା ଜିହ୍ଵା

ଲହ ଲହ ଏଠି।


ମୋ ପାଇଁ କିନ୍ତୁ

ସମ୍ପର୍କ

ପୂଜାର ସ୍ତବକ

ବିଶ୍ବାସର ଆଳତି

ଭରସାର ଆଶୀର୍ବାଦ

ସ୍ନେହର ବିଭୁତି

ପ୍ରେରଣାର ପାଦୁକ

ତ୍ୟାଗର ଯୋଗୀ

ମଙ୍ଗଳ ମୟ ଏକ ନିଆରା ବିଶ୍ୱ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational