STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ବାଲିଘର

ବାଲିଘର

1 min
165

ବେଲେଶ୍ବରର ବାଲି ତଳେ

ଚୋରାବାଲି  

ବାଲି ଉପରେ ବାଲିହରିଣ 

ଲାଲି ବାଲି କଙ୍କଡା  

ନୀ....ଳ ବିସ୍ତୀର୍ଣ୍ଣ ଜଳରାଶି 

ତୋଫା ଜହ୍ନର ଛାଇ ପରି 

ଚୁନା ଚୁନା ବାଲିଆ ଉର୍ମି  

ସିରି ସିରି ଝାଉଁବଣ  

ଅସରନ୍ତି ନୂଆ ଗଢା ବାଲିକୁଦ  

ଅକର୍ମ କର୍ମଦାୟକ ପାତାଳଫୁଟି ଲିଙ୍ଗ 

ନାଗଫେଣୀ ସପ୍ତଫେଣୀ......

ଆଉ ତୋର ମୋର ପାଦ ଚିହ୍ନ ।।

ସିପ ଶାମୁକା ଯାହାକୁ ଯେତେ 

କହୁନଥିଲେ ନା ଆମେ "ତୋଳିବା ଚାଲ୍ ବାଲିଘର"

ଏକାଠି ଗୋଟୋଉଥିଲେ ଚେକା ଚେକା ବାଲିଗରଡା 

ଦୈଡୁଥିଲେ ତୋର ମୋର ଆଗ ପଛ ହେଇ

ପବନ ସାରା ମୋ ଓଢଣୀ ରଙ୍ଗ 

ଆଉ ରଙ୍ଗବେରଙ୍ଗୀ ବେଲୁନ ସୂତା ତୋ ହାତରେ  

ମନେ ଥିବ ତ !

ଆଚ୍ଛା କହିଲୁନି ତ ?

ଚୋରାବାଲି ତଳେ କଣ ଥିଲା?

ବାଡି ଧରି ମାପି ଜଗି ଚାଲୁଥିବା 

ଆଙ୍ଗୁଳି ଟିପ ମାନେ କଣ

ଧୋକା ଖାଇଗଲେ?

ଚୋରାବାଲି ଖୋଜୁ ଖୋଜୁ 

ତରଳି ଗଲା କି ସ୍ୱପ୍ନ ସବୁ ନା

ହଜିଥିବା ମରୀଚିକା ରୁ 

ସାଉଁଟି ଥିଲେ ଆମେ

କିଛି ଓଏସିସର

ଫଟୋ ?

ମନେ ଥିବ ତ !

ହ ନ ଥାଉ ମ ମନେ

ସେଇ ସ୍ମୃତିତକ ସତେଜ ଥାଉ ।

ପାଦରେ ପାଦ ମିଶେଇ 

ହସଟେ ଚାଲୁଥାଉ ସ୍ମୃତି ସହ ।

ବାସ୍ ସେତିକି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational