STORYMIRROR

Satyabati Swain

Inspirational

3  

Satyabati Swain

Inspirational

କଅଁଳା ବାଛୁରୀ

କଅଁଳା ବାଛୁରୀ

1 min
183

କେରାଏ ହସ ଭିତରେ

ଥକ୍କା ମାରି ବସିଥିବା

ଅଭାବ

ହତାଶ

ଯନ୍ତ୍ରଣା ସତ୍ତ୍ୱେ

ସ୍ୱପ୍ନ

ଆଶା

ବଞ୍ଚିବାର ନିଶା

ଘୁଙ୍ଗୁଡ଼ି ମାରେ।


ସବୁଆଡେ

ବିଛେଇ ହୋଇ ପଡେ

ଫିଙ୍ଗୁଳା କୋହ ଓ କାନ୍ଦ

ଶୋଷଙ୍କ ତଣ୍ଟି ଅଠା।


ଅନୁଢା ରୋମାଞ୍ଚ

ପାଦ ଥାପେ

ଗଛ ଉହାଡରୁ

ଖସି ପଡୁଥିବା ଜହ୍ନ ଆଲୁଅ

ଝର୍କା ଦେଇ ଉଣ୍ଡେ

ଅନ୍ଧାର ଘର।


କଅଁଳା ବାଛୁରୀ ପରି

ମନ ଦଉଡେ

ଜୀବନ ଦାଣ୍ଡରେ

ମାଟିରୁ ଆକାଶ

ବଉଦ ତାରା ଛୁଇଁବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational