ଜୀବନର ଖୁସି
ଜୀବନର ଖୁସି
ସ୍ୱପ୍ନ ଟିକେ ଦିଅରେ ମୋତେ
ସୁଯୋଗ ଟିକେ ଦିଅ
ଝିଅ ନୁହେଁ ମୁଁ ହେବି ତ ଦିନେ
ତୁମରି ସୁନା ପୁଅ।
ମା ପେଟରୁ କାହିଁକି ମୋତେ
ଦେଉଛ ତୁମେ ମାରି
ଦିନ ଆସିବ ଝିଅଟେ ପାଇଁ
ହେବରେ ମୁଣ୍ଡ କୋଡ଼ି।
ମୋତେ କି ଛାଡି ସୃଷ୍ଟି ତୁମର
ସମ୍ଭବ ହେବ କୁହ
ମୁଁ ନ ଥିଲେ କିଏ ସେ ତୁମର
ମା ହୋଇବ କୁହ ?
ମା ର ବିନେ ସୃଷ୍ଟି ଆଗକୁ କିବା
ବଢି ପାରିବ କେବେ
ଏଇ ଛୋଟିଆ କଥାଟି ତୁମେ
ହେଜି ପାରୁନ ଲବେ ?
ସମୟ ଆସିଛି ବୁଝରେ ତୁମେ
ଝିଅ ହେଉ କି ପୁଅ
ସନ୍ତାନ ଆମ ଜୀବନର ଖୁସି
ତାଙ୍କରି ପାଇଁ ହସେ ମୁହଁ।