ବିଚିତ୍ର ରଙ୍ଗ
ବିଚିତ୍ର ରଙ୍ଗ
ମଣିଷ ମନର ଫୁଲବନକୁ
ପ୍ରଚୁର ମହକରେ ବସ୍ନାୟିତ କରେ
ନିର୍ଦ୍ଦିଷ୍ଟ ଏକ ସମୟ
ବିଭୋରିତ କରିଦିଏ
ଦେହ ମନ ଓ ଆତ୍ମା
ଭିଯାଏ ଅଦ୍ଭୁତ ଏକ ରଙ୍ଗର ମୁରୁଜ ବୁଣି।
କଳ୍ପନାର ସାମାନ୍ୟ ପୁଟରେ
ବସ୍ତବତାକୁ ଏକ
ଅଲଗା ଢଙ୍ଗରେ ଗଢ଼େ
ବିପୁଳ ଅନ୍ତରଙ୍ଗତାରେ
ସବୁଜ ସ୍ବପର ସୁଷମାରେ
ମୁଗ୍ଧ ହୁଏ
ଆଙ୍ଗିକ ଓ ଆତ୍ମିକ
ପ୍ରତିବେଦନାରେ।।
ଅନ୍ତରଙ୍ଗତା
ଆତ୍ମୀୟତାର ଆକୁଳତା
ଗଜୁରୀ ଉଠେ
ପତ୍ର ଫୁଲ ଛାଇ
ମେଲି ଯିବାକୁ
ଚଂଚଳ ହୁଏ
ଅକାଶ ପର୍ଯ୍ୟନ୍ତ
ସବୁ ସୁନ୍ଦର ଆନନ୍ଦମୟ
ହୋଇଯାଏ ଏ ସାରା ସଂସାରେ
ପ୍ରେମର ରଙ୍ଗ ଯେବେ ମୁରୁଜ ବୁଣେ
ହୃଦୟ କାନ୍ ଭାସ୍ ରେ।
ଆଃ ! କି ରଙ୍ଗୀନ
କି ମନୋରମ !
କି ଚମତ୍କାର ଅନୁଭବ ଦିଏ ବୟସ !
ସ୍ୱପ୍ନ ସବୁ ଫୁଲ ହୋଇଯାଆନ୍ତି
ମନ ପବନ ଘୋଡ଼ାରେ
ଖେଦି ଯାଏ ସାରା ଟା ଆକାଶ।

