Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଗୁରୁବାରୀ

ଗୁରୁବାରୀ

1 min
346



ଗୁରୁବାରୀ ଲୋ ଗୁରୁବାରୀ ,

ରାନ୍ଧୁଛୁ ବାଇଶି ତରକାରୀ,

ହେଣ୍ଟାଳ ମାରିକି କାଳିଆ ବଳିଆ

ଭକତେ ଖାଆନ୍ତି ମଜା ମାରି l


ଶିରୀମନ୍ଦିରରେ ତୁହି ଶିରି,

ତୋତେ ତେଜ୍ୟା କଲେ ବୋଲି ଟେରି

କି ମାୟା କରିଲୁ ଦାଣ୍ଡରେ ବୁଲିଲେ

ଛାଡ଼ି ଗଲା ତାଙ୍କ ବାହାଦୁରୀ l


ରଥ ଯାତ୍ରା କଲେ କ୍ଷେତ୍ର ଶିରି,

ଭଗ୍ନୀ ସୁଭଦ୍ରାକୁ ସାଥେ ଧରି,

ଭକତଙ୍କ ଖୋଳ କୀର୍ତ୍ତନ ତାଳରେ

ଭାରିଯାକୁ ଗଲେ ପର କରି l


ଗୁଣ୍ଡିଚା ମନ୍ଦିରେ ବିଜେ କରି,

ସୁଭଦ୍ରା ହସନ୍ତି କିରି କିରି,

ହେରା ପଞ୍ଚମୀରେ ନନ୍ଦିଘୋଷ ଭାଙ୍ଗି

ଫେରିଲୁ ଦେଇ ହେରା ଗୋହିରି l


ବସିଲୁ ମନ୍ଦିର କିଳି କରି,

ଲକ୍ଷ୍ମୀ ନାରାୟଣ କଳି ହୁରି,

ରସଗୋଲା ଖାଇ ମନ୍ଦିର ଫେଡ଼ିଲୁ

ମନ୍ଦିରକୁ ନେଲୁ ପ୍ରଭୁ ବରି l


ରଖିଥା କଥାକୁ ଗଣ୍ଠି କରି,

କେଣେ ଯିବେ ପ୍ରଭୁ ନୀଳଗିରି,

ମାଆ ବୋଲେ ଅଭିମାନ କି କରିବି

ସେ ପ୍ରଭୁ ମୁଁ ତାଙ୍କ ସେବାକାରୀ l


ଗୁରୁବାରୀ ଲୋ ଗୁରୁବାରୀ,

ଆଜି ଗୁରୁବାରେ ପୂଜା କରି,

ଦୋଷ ନ ଧରିବୁ ଗୁହାରୀ ତୋ ପଦେ

ପୁତ୍ର ମଣି ଦେବୁ କ୍ଷମା କରି l

           


Rate this content
Log in

Similar oriya poem from Inspirational