STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ସୁନ୍ଦର ପୁଷ୍ପ ରଜନୀଗନ୍ଧା   

ସୁନ୍ଦର ପୁଷ୍ପ ରଜନୀଗନ୍ଧା   

2 mins
5

       ସୁନ୍ଦର ପୁଷ୍ପ ରଜନୀଗନ୍ଧା   
        =============
ରଜନୀଗନ୍ଧା ସେ ରଜନୀ ରାଣୀ ।
     ଶୁଣ ଶୁଣ ଭାଇ ତାର କାହାଣୀ ।।
ଖରା ମଉଳିଲେ ସଞ୍ଜରେ ଫୁଟେ।   
   ରାତିହେଲେ ଭାରି ଚହଟି ଉଠେ ।।
ସବୁ ଋତୁ ଫୁଲ ଜାଣିଥା ଭାଇ ।
     ଗ୍ରୀଷମ ଋତୁରେ ବେଶି ଫୁଟଇ ।।
ପତର ସରୁ ତା' ଡେମ୍ଫ ନହକା ।
       ଚାଷରେ ମିଳଇ ବହୁତ ଟଙ୍କା ।।
ଧବଳ ଫୁଲ ତା' ଭାରି ଆଦର ।
     ଗଜରା ହାରରେ ଦିଶେ ସୁନ୍ଦର ।।
ଦକ୍ଷିଣ ରାଇଜେ ଆଦର ଭାରି ।
      ଗଭାରେ ପିନ୍ଧନ୍ତି ସବୁ ସୁନ୍ଦରୀ ।।ରଜନୀଗନ୍ଧାର ବେଣୀ ପକାଇ ।   
  ଶ୍ରୀଦେବୀଙ୍କୁ ଦେଖିଥିବରେ ଭାଇ ।। ବାସନାଟି ମନ ମୋହକ ତାର ।
      ଫୁଲ ରସିକଙ୍କ ଲଭେ ଆଦର ।। ନେଳିବୃନ୍ତେ ଗୁନ୍ଥା ଧବଳ କଳି ।
        କଳି ଚୁମୁ ଥାନ୍ତି ମଧୁପ, ଅଳି ।।
ଵିଵାହ ବ୍ରତରେ ପଡ଼ଇ ଖୋଜା ।
       ବରଯିବ ଭାଇ ପାଲିଙ୍କି ସଜା ।।
ବରାତ ଚାଲିଛି ଫୁଟୁଛି ବାଣ ।   
      ରଜନୀଗନ୍ଧାର ଝାଡ଼, ନିଶାଣ ।। ରଜନୀଗନ୍ଧାର ବାସ ଅତରେ ।
      ବର ପହଞ୍ଚିଲା କନିଆଁ ଘରେ ।।
ଦେବପ୍ରିୟ ପୁଷ୍ପ ରଜନୀଗନ୍ଧା ।
   ମାଳପିନ୍ଧା ଦେବେ କରି ସରଧା ।। ରଜନୀଗନ୍ଧାକୁ ଆସ ଲଗାଇ ।
     ବଗିଚା ଅଗଣା ଦେବା ସଜାଇ ।। ଫୁଲତୁଲେ ଟିକେ ଆନନ୍ଦନେବା ।
       ଏମନ୍ତ ଫୁଲକୁ କାହୁଁ ପାଇବା ।।
ଶେଷକୁ ରଜନୀଗନ୍ଧାର କଥା ।
      ସୁଧୀଜନେ ବୁଝିବନି ଅନ୍ୟଥା ।।
ମୋପରି ଗୁଣିଆଁ ସବୁ ହୋଇବ ।
     ସବୁ ଯାଗାରେ ଆଦର ପାଇବ ।।
              🙏🙏🙏
                  ଅର୍ଜୁନୀ
                 -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational