STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅସୁଝା ମାତୃଋଣ

ଅସୁଝା ମାତୃଋଣ

2 mins
1

        ଅସୁଝା ମାତୃଋଣ
        ===========
ଶୁଣ ଶୁଣ ଭାଇ କହୁ ଅଛି ମୁହିଁ
ଗୋଟିଏ ସୁନ୍ଦର କଥା।
କଥାଟି ଶୁଣିଲେ ଜାଣିଥିବ ଭଲେ
ଘୁରିଯିବ ତୁମ୍ଭ ମଥା ।।
କଥାଟି ଏମନ୍ତ ବସିଥିଲା ଦିନେ
ଦେବସଭା ସ୍ବର୍ଗ ପୁରେ ।
ସର୍ଵଦେବ ଆସି ଉପସ୍ଥିତ ଥିଲେ
ନିଜ ନିଜ ଆସନରେ ।।
କଥା ପଡ଼ିଥିଲା ସଂସାରରେ କିଏ
ଅଛିକି ଏମନ୍ତ ଜନ ।
ଭାଜନ ହୋଇବ ସୁଝି ପାରିବାକୁ ନିଜ
ନିଜ ମାତୃଋଣ ।।
ସର୍ଵ ଦେବଗଣ ଚୁପେ ବସିଥିଲେ
ବାକ୍ୟ କା ସ୍ଫୁରଇ ନାହିଁ ।
ଅସୁଝା ଋଣକୁ କିଏ ବା ସଂସାରେ
ସୁଝିବା ଭାଜନ ଥାଇ ।।
ଏହି ସମୟରେ ମଘବା କହିଲେ
ସଭା ଆସନରୁ ଉଠି ।
ଯାଉଅଛି ମୁହିଁ ମାତୃଋଣ ସୁଝି
ଦିଅ ମୋତେ ଆଜ୍ଞା ଛୁଟି ।।
ସଭା ଭଙ୍ଗହେଲା ସର୍ବ ଦେବ ନିଜ
ନିଜ ପୁର ଗଲେ ଚାଲି ।
ଦେବରାଜେ ଚାହିଁ ମହାବିଷ୍ଣୁ ମୃଦୁ
ମୃଦୁ ହସୁଥିଲେ ଖାଲି ।।
ଦେବରାଜ ତହୁଁ ଅତି ଆନଂଦରେ
ମାତାଙ୍କ ପାଶକୁ ଯାଇ ।
କହନ୍ତି ହେ ମାତା ଆସ ଆସ ତୁମେ
ତୀର୍ଥକୁ ନେବି ବୁଲାଇ ।।
ପୁତ୍ର କଥା ଶୁଣି ଅତି ଆନଂଦରେ
ବାହାରି ମାତା ଅଦିତି ।
ଇନ୍ଦ୍ର ବସାଇଲେ ଆପଣା ସ୍କନ୍ଧରେ ତୀର୍ଥସ୍ଥାନେ କଲେ ଗତି ।।
ବିଶ୍ବ ପର୍ଯ୍ୟଟନ ସାରି ପୁରନ୍ଧର
ବୁଲି ନାନା ତୀର୍ଥ ସ୍ଥାନ ।
ଲେଉଟି ଆସିଲେ ଅତି ଆନନ୍ଦରେ ଅମରାବତୀ ଭୂବନ ।।
ବିଷ୍ଣୁଙ୍କ ନିକଟେ ପହଁଚିଲେ ଯାଇ
କହିଲେ ଶୁଣ ହେ ପ୍ରଭୁ ।
ମାତୃଋଣ ମୁହିଁ ସୁଝି ଦେଲି ଜାଣ
ତୀର୍ଥ କରାଇ ମୁଁ ସବୁ ।।
ମୃଦୁ ମୃଦୁ ହସି ଶ୍ରୀବିଷ୍ଣୁ କହିଲେ ଶୁଣ
ଆରେ ମେଘରାଜା ।
ବତାସିଆ କଥା ଆଉ ହେ ନକହି
ଶୀଘ୍ର ଏଠୁ ଚାଲି ଯା ଯା ।।
ଶୁଣ ଶୁଣ ବାବୁ ଦେଇ ମନ ଧ୍ୟାନ
କଥାଏ କହୁଛି ମୁହିଁ ।
ଶିଶୁକାଳେ ଦିନେ ପରିସ୍ରା କରିଲୁ
ଏକଥା ତୋ ମନେ ନାହିଁ ।।
ମାଆ ଦୟାମୟୀ ଅତି ସ୍ନେହ ବହି
ତୋ ମୂତ୍ର କାନିରେ ପୋଛି ।
ଶୁଆଇଲେ ନେଇ ଶୁଖିଲା କାନିରେ
ଓଦା କାନି ନିଜେ ଇଚ୍ଛି ।।
ଶୀତକାଳ ପରା ଆରାମେ ଶୋଇଲୁ ପାଶୋରି ଦେଲୁ ମନରୁ ।
ଓଦା କାନି ଲୁଗା ମାଆ ପିନ୍ଧିଥିଲେ
ଥରୁ ଥିଲେ ଥୁରୁ ଥୁରୁ ।।
ବିଶ୍ବ ପର୍ଯ୍ୟଟନ ସାରି ଯେ ଆସିଲ
ବୁଲି ଯେତେ ତୀର୍ଥ ସ୍ଥାନ ।
କହୁ ଅଛି ମୁହିଁ ଶୁଣ ଆହେ ଭାଇ
ସୁଝିଲ ସେତିକି ଋଣ ।।
ମାତୃ ଋଣ କେହି ସୁଝି କି ପାରଇ
ସିଏ ତ ଅସୁଝା ଋଣ ।
ଶତ ସସ୍ର ଜନ୍ମେ ସୁଝି କି ପାରିବୁ
କର ଏବେ ଅନୁମାନ ।।
ବିଷ୍ଣୁଙ୍କ କଥନେ ଭାଳି ଭାଳି ତହୁଁ
ଗଲେ ସେ ସରଗ ରାଜା ।
ମାଆ ଦୟାମୟୀ ତୋ ଋଣ ଅସୁଝା
ଜଗତେ ବାଜଇ ବାଜା ।।
             🙏🙏🙏
                 ଅର୍ଜୁନୀ
               -------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational