ଚାଲ ଯିବା ଧନୁଯାତ୍ରା ଦେଖି
ଚାଲ ଯିବା ଧନୁଯାତ୍ରା ଦେଖି
ଚାଲ ଯିବା ଧନୁଯାତ୍ରା ଦେଖି
==============
ଶୁଣ ଶୁଣ ଶୁଣ ଭାଇ ଶୁଣ ଶୁଣ ଶୁଣ ।
ମହାରାଜ କଂସ ଦେଇଛନ୍ତି ନିମନ୍ତ୍ରଣ ।।
ଆସ ଆସ ଆସ ଭାଇ ବରଗଡ଼ ଯିବା ।
ଭୋଜପତିଙ୍କର ଧନୁଉତ୍ସବ ଦେଖିବା ।।
ଚାଲିଛି ଶାସନ ମହାରାଜା କଂସଙ୍କର ।
ହସ୍ତେ ଧରିଯିବା ତାଙ୍କପାଇଁ ଉପହାର ।।
ଆସୁଛନ୍ତି ଦେଖିବାକୁ ଗୋପପତି ନନ୍ଦ ।
ତାଙ୍କସହ ଆସୁଛନ୍ତି ବ୍ରଜ ଗୋପବୃନ୍ଦ ।।
ସାଙ୍ଗରେ ଆସୁ ଅଛନ୍ତି କୃଷ୍ଣ ବଳରାମ ।
ତାଙ୍କ କଞ୍ଜପୟରରେ କରିବା ପ୍ରଣାମ ।।
ବହୁଦେଶୁ ଆସୁଛନ୍ତି ରାଜା ମହାରାଜା ।
ଦେଖିବାକୁ କଂସଙ୍କର ଦିବ୍ୟ ଧନୁପୂଜା ।।
ଗୋପ ପୂର ଯାଇଛନ୍ତି କଂସର ଡଗର ।
ବାରତା ଧରି କଂସର ମହାତ୍ମା ଅକ୍ରୁର ।।
ସର, ଘୃତ, ଦଧି, ମୁଣ୍ଡା ମୁଣ୍ଡା ବସାଦହି ।
ନନ୍ଦ ଆଣୁଛନ୍ତି ଶତ ଶକଟରେ ନେଇ ।।
ମଥୁରାଦାଣ୍ଡରେ ଯିବେ ରାମ ବନମାଳୀ ।
ସୁଦାମାମାଳି ଖଞ୍ଜିଲା ଚୁଳେ କିଆକଳି ।।
ଦାଣ୍ଡରେ ମିଳିଲା ଆସି ତ୍ରିବାଙ୍କ କୁବୁଜା ।
ଚନ୍ଦନ ପିନ୍ଧିଲେ ପ୍ରଭୁ ସଳଖିଲେ ଖଞ୍ଜା ।।
ଚାଲ ଚାଲ ପ୍ରଭୁଙ୍କର ଦେଖି ଲୀଳାମାନ ।
ପବିତ୍ର କରିବା ହେଳେ ଏ ଚର୍ମ ନୟନ ।।
ଏମନ୍ତେ ଏମନ୍ତ ଭାଇ ଧନୁଯାତ୍ରା ଶେଷ ।
ଧରଣୀଉଶ୍ୱାସ ମଲା ଦୁରାଚାରୀ କଂସ ।।
ଜୟ ରାମ କୃଷ୍ଣ, ଜୟ ଜୟ କୃଷ୍ଣ ହଳୀ ।
ଦୟା ରଖିଥାନ୍ତୁ, ପ୍ରଭୁ ରାମ ବନମାଳୀ ।।
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
