STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାପ୍ରଭୁଙ୍କ ପୁଷ୍ୟାଭିଷେକ   ରାଜରାଜେଶ୍ୱର ବେଶ   

ମହାପ୍ରଭୁଙ୍କ ପୁଷ୍ୟାଭିଷେକ   ରାଜରାଜେଶ୍ୱର ବେଶ   

2 mins
7

     ମହାପ୍ରଭୁଙ୍କ ପୁଷ୍ୟାଭିଷେକ
        ରାଜରାଜେଶ୍ୱର ବେଶ   
        ============
ପଉଷ ପୂର୍ଣ୍ଣିମା ପୁଣ୍ୟତିଥି ଆଜ
  ଶ୍ରୀକ୍ଷେତ୍ରେ ମହା ଉଲ୍ଲାସ l
ରାଜରାଜେଶ୍ୱର ବେଶ ହେଲେ ପ୍ରଭୁ     
   ଲୀଳାମୟ ନୀଳାଦ୍ରୀଶ ll
ନାନା ଅଳଙ୍କାରେ ବିଭୂଷିତ ପ୍ରଭୁ
     ମହା ଐଶ୍ୱର୍ଯ୍ୟ ପ୍ରକାଶ l
ଭକ୍ତଗଣେ ପ୍ରଭୁ କଣେଇ ଚାହାଁନ୍ତି
       ବଙ୍କିମ ଅଧରେ ହସ ll
ସ୍ବର୍ଣ୍ଣମୟ ବେଶେ ଜଗତ ମୋହୁଛ
     ତୁମ୍ଭେ ରାଜ ରାଜେଶ୍ୱର l
ଜଗତ ଠାକୁର ଚକା ଆଖି ତଵ
  ସତେ କେଡ଼େ ମନୋହର ll
ଭକତକୁ ପରା ନେବ କୋଳକରି
        ପ୍ରସାରି ବସିଛ ହାତ l
ଆହେ ଦୟାମୟ କରୁଣା ଆଳୟ
     ତୁମ୍ଭେ ତ ବିଶ୍ୱ ସମ୍ରାଟ ll
ସୁବର୍ଣ୍ଣ ମୁକୁଟ ସୁବର୍ଣ୍ଣ କୀରୀଟ
       ସୁବର୍ଣ୍ଣରେ ହସ୍ତ ପଦ l
କରପତ୍ର ଯୋଡ଼ି ଭଗତେ ଜଣାନ୍ତି
       ଖଣ୍ଡ ପ୍ରଭୁ ପରମାଦ ll
ଶିରରେ ସୁବର୍ଣ୍ଣ ଦୂବ କେରା କେରା
     ଦିଶୁଥାଇ କେଡ଼େ ତୋରା l
ଶ୍ୱେତ ପଦ୍ମ ଆଖି ଆଖି ଯାଏ ଲାଖି
     ଆହେ ପ୍ରଭୁ ଶ୍ୟାମ ଗୋରା ll
ଭାଇ ବଳଦେବ, ଭଉଣୀ ସୁଭଦ୍ରା
         ବନ ହଳଦିଆ ମୁଖି l
ଚତୁର୍ଦ୍ଧା ମୂରତୀ, ଚକ୍ର ସୁଦର୍ଶନ
     ନୀଳାଚଳେ ବସି ସୁଖି ll
ହୃଦରେ ତୁମ୍ଭର କୋଉସ୍ତୁଭ ମଣି
       ଦିଶୁଥାଇ ଝଟ ଝଟ l
କର୍ଣ୍ଣରେ କୁଣ୍ଡଳ ଗଳେ ରତ୍ନମାଳ
      ଭୂଜରେ ସ୍ବର୍ଣ୍ଣ ବାହୁଟ ll
ଶଙ୍ଖ,ଚକ୍ର, ଗଦା, ପଦ୍ମ, ମହାବାହୁ
        ଧରି ଅଛ ଆଣ୍ଟ କରି l
ଦୁଃସହ, ଦୁର୍ଗତି ମହାକାଳ ଭୟ
       ପଳାଇ ଯାଆନ୍ତି ଡରି ll
ନୀଳଚକ୍ରେ ଉଡ଼ାଇଛ ବୈଜୟନ୍ତୀ
       ବିଶ୍ୱ ବିଜୟ କେତନ l
ଜନ୍ମଦୁଃଖ ଖଣ୍ଡେ ଦେଖିଦେଲେ ଦଣ୍ଡେ
       ନାମ ପତିତପାବନ ll
ହେ ଐଶ୍ୱର୍ୟ୍ଯମୟ ଠାକୁରେ ପ୍ରଭୁ ହେ
      ତୁମ୍ଭେ ବିଶ୍ୱ କାରିଗର l
ଚରଣେ ଶରଣ ଆହେ ନାରାୟଣ
      ଶରଣ ରଖ ମୋହର ll
             🙏🙏🙏
                 ଅର୍ଜୁନୀ
             --------------
ଅର୍ଜୁନୀ ଚରଣ ବେହେରା
ମୋ -7693091871


Rate this content
Log in

Similar oriya poem from Inspirational