ଜୟ ପ୍ରଭୁ ଭୋଳାନାଥ
ଜୟ ପ୍ରଭୁ ଭୋଳାନାଥ
ଜୟ ପ୍ରଭୁ ଭୋଳାନାଥ
============
ଜୟ ଜୟ ଜୟ ପ୍ରଭୁ
ଜୟ ଭୋଳାନାଥ ।
ଭୋଳାପଣ କିଏ ତୁମ୍ଭ
ପାଇବ ବା ଅନ୍ତ ।।
ଗାଥା ତୁମ୍ଭର ପ୍ରଭୋ ମୁଁ ଶୁଣିଛି ପୁରାଣେ ।
ଘୋର ତପ କଲା
ଭସ୍ମାସୁର ଏକ ଦିନେ ।।
ତାଉପରେ ତୋଷହୋଇ
ପ୍ରଭୁ ଆଶୁତୋଷ ।
ବରଦେଲ ଭସ୍ମା ହେଲା
ଅତୀବ ସନ୍ତୋଷ ।।
ଯାହା ଶିରେ ହାତଦେବ
ହେବ ସେହି ଭସ୍ମ ।
ବର ପାଇ, ଭସ୍ମା ତହୁଁ, କଲା ଅଟ୍ଟହାସ୍ୟ ।।
କୁହ ଆହେ ଭୋଳାନାଥ
ସତ୍ୟକି ଏ ବର ?
ପ୍ରଥମ ପରୀକ୍ଷା ନେବି ମୁଁ
ଏବେ ତୁମ୍ଭର ।।
ଏହା କହି ଭସ୍ମା ଉଠାଇଲା
ଯେଣୁ ହାତ ।
ତ୍ରିପୁର ଭ୍ରମିଲ ପ୍ରଭୁ
ହୋଇ ଭୟଭୀତ ।।
ବିଷ୍ଣୁ ଶେଷେ ଯାଇ ପୁଣି
ଭସ୍ମାକୁ ଭଣ୍ଡିଲେ ।
ଚତୁର ବାକ୍ୟରେ ତାକୁ
ଚତୁରେ କହିଲେ ।।
ଶୁଣ ଶୁଣ ଶୁଣ ଆରେ ତୁହି
ମୁର୍ଖ ଦୈତ୍ୟ ।
ଶିବଙ୍କର ବର କାହିଁ
ହୋଇଛି କି ସତ୍ୟ ।।
ଭୂତ ପ୍ରେତ ସଙ୍ଗେ ନେଇ
ନିତ୍ୟ ବୁଲୁଥାଇ ।
ଶ୍ମଶାନରେ ବାସକରେ
ଭସ୍ମ ବୋଳିହୋଇ ।।
ଭଣ୍ଡି ଦେଇଅଛି ତୋତେ
ଭଣ୍ଡ ଭୋଳାନାଥ ।
ପରୀକ୍ଷା କର ତୁ ଦେଇ ନିଜ
ଶିରେ ହସ୍ତ ।।
ବିଷ୍ଣୁଙ୍କ ବାକ୍ୟରେ ଭୁଲି
ତହୁଁ ଭସ୍ମାସୁର ।
ହସ୍ତ ରଖି ଭସ୍ମ ହେଲା
କ୍ଷଣିକ ଭିତର ।।
ମହା ସଙ୍କଟରୁ ତହୁଁ
ତରିଲେ ଶଙ୍କର ।
ସେ ପ୍ରଭୁ ଭୋଳାନାଥଙ୍କୁ କୋଟି ନମସ୍କାର।।
କଥା ରହିଗଲା ଅପାତ୍ରରେ
ଦେଇ ଦାନ ।
ଅରକ୍ଷ ହୋଇ ଭ୍ରମିଲେ
ପ୍ରଭୁ ପଞ୍ଚାନନ ।।
ଭୋଳେ ପୁଣି ପାନ କଲ
ଗରଳ ଆକଣ୍ଠ ।
ସଂସାରରକ୍ଷଣ ଅର୍ଥେ
ତୁମ୍ଭେ ନୀଳକଣ୍ଠ ।।
ସ୍ୱାର୍ଥ ତ୍ୟାଗୀ ଶିକ୍ଷାଦେଲ
ପ୍ରଭୁ ସଂସାରକୁ ।
ନମସ୍ତେ ସେ ମହାଦେବ
ସଂସାର ସାରଙ୍କୁ ।।
ଜୟ ଜୟ ଭୋଳାନାଥ
ଜୟ ଊମାପତି ।
ଶୁଭ ପ୍ରଭାତରେ ପ୍ରଭୁ
କରେ ତୁମ୍ଭ ସ୍ତୁତି ।।
🙏🙏🙏
ଅର୍ଜ୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
