ପ୍ରଭାତୀ ବିହଙ୍ଗ କଜଳପାତି
ପ୍ରଭାତୀ ବିହଙ୍ଗ କଜଳପାତି
ପ୍ରଭାତୀ ବିହଙ୍ଗ କଜଳପାତି
=============
କଜଳପାତିରେ କଜଳପାତି ।
କଳାଦେହ ତୋର ଚିକ୍କଣ ଅତି ।।
କଳାରୂପ ତତେ କିଏସେ ଦେଲା ।
ରାବି ଜଣାଉ ତୁ ରାତି ପାହିଲା ।।
କି ସୁନ୍ଦର ତୋର କାକଳି ଧିର ।
ଶୁଣିବାକୁ ଲାଗେ ଭାରି ମଧୁର ।।
ଲାଞ୍ଜଟି ତୋହର ଦୁଇ କେନିଆ ।
ଥଣ୍ଟଟି ତୋହର ଭାରି ମୁନିଆଁ ।।
ସରୁ ସରୁ ଗୋଡ଼ ନହକା ଭାରି ।
ଥଣ୍ଟେ ଖାଉ କୀଟ ପତଙ୍ଗ ଧରି ।।
ଉପକାରୀ ଆରେ କୃଷକଙ୍କର ।
ଗାଈଙ୍କ ପିଠିରେ ହେଉ ସବାର ।।
ହଲି ହଲି ଚାଲେ ଧିରେ ପାଲିଙ୍କି ।
ପାତିଆ ଚାଲୁ ତୁ ହଲି ହଲିକି ।।
ଉଡ଼ି ବୁଲୁ ଥାଉ ତଳ ଉପର ।
ବାଉଁଶ ବୁଦାରେ ବାନ୍ଧୁ ତୁ ଘର ।।
କଜଳପାତିଆ ଶୁଣରେ ବାଣୀ ।
ଘରକୁ ଘରଣୀ ଦୁଇଟି ରାଣୀ ।।
ବସନ୍ତ ହିଲ୍ଲୋଳେ ସଙ୍ଗୀତ ଗାଇ ।
ଜନ ମନ ହରୁ ଆରେ ଚଢ଼େଇ ।।
କଜଳପାତିରେ କଜଳପାତି ।
ରାତି ପାହି ହେଲା ଶୁଭ ପ୍ରଭାତୀ ।।
ପୂରୁବେ ସବିତା ଆସିଲେ ଉଇଁ ।
କିଚିରି ମିଚିରି କରି ଦେ ତୁହି ।।
ଧନ୍ୟ ଧନ୍ୟ ତୁହି କଳା ବିହଙ୍ଗ ।
ଖାଇ ବୁଲୁଥାଉ କୀଟ ପତଙ୍ଗ ।।
ନିରୀହ ପକ୍ଷୀ ତୁ ଅଟୁରେ ଭାଇ ।
ତୋପରି ବିହଙ୍ଗ ଜଗତେ ନାହିଁ ।।
ବଉଁଶ ବୁଡ଼ି ତୋ ହୁଏ ଆଶଙ୍କା ।
ଆଉ ନ ମିଳିବ ତୋହର ଦେଖା ।।
କୋଇଲି କି ତୋର ଅଟଇ ଭାଇ ।
ଜାଣି ନାହିଁ ମୁହିଁ ଦେବୁ ଜଣାଇ ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
