STORYMIRROR

Satyabati Swain

Romance

4  

Satyabati Swain

Romance

ତୁମକୁ ଖୋଜୁଛି ଚୁପି ଚୁପି

ତୁମକୁ ଖୋଜୁଛି ଚୁପି ଚୁପି

1 min
287

ତୁମକୁ ଖୋଜୁଛି ପ୍ରତିକ୍ଷଣେ ମୁଁ ଯେ

ତୁମକୁ ଝୁରୁଛି ଚୂପି ଚୁପି

ତୁମ ଦେହ ଛାଇ ହୋଇବାର ପାଇଁ

ମନ ମୋ ହେଉଛି କିଛି କିଛି।।


ପକ୍ଷୀଟିଏ ହୋଇ ଇଛା ହୁଏ ମୋର

ଡେଣା ଝାଡ଼ି ଝାଡ଼ି ଉଡିଯିବି

ତୁମେ ଯହିଁ ଅଛ ତୁମ ସାଥେ ରହି

ଜିଇଁବାର ମଜା ଲୁଟୁଥିବି ।।


ଘରଟେ କରିବା ସେହ୍ନପ୍ରେମ ଢାଳି

ବିଶ୍ୱାସ ଭରସା ସିମେଣ୍ଟରେ

ତୁମପାଦେ ପାଦ ଥାପି ମୁଁ ଚାଲିବି

ସଂସାର ନଈର କୂଳେ କୂଳେ।।


ସେ ଘର ସଂସାରେ ଜହ୍ନ ଟେ ଉଇଁବ

ଆଲୋକିତ କରି ଜୀବନକୁ

ଦୁଃଖସୁଖ ବାଣ୍ଟି ଆତ୍ମା ଓ ଶରୀର

ଛାଡିବାନି କେବେ କେ କାହାକୁ।।


ତୁମ ବାବା ମା ଭାଇ ବନ୍ଧୁ ଯେତେ

ସଭିଏଁ ହୋଇବେ ମୋ ନିଜର

ଦୁର୍ଦ୍ଦିନ ହେଉକି ସୁଦିନ କି ଝଡ଼

ହାତ ଛାଡ଼ିବାନି କେ କାହାର।।



Rate this content
Log in

Similar oriya poem from Romance