STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଅପ୍ରେମେ ଜୀବନ କାହିଁ !

ଅପ୍ରେମେ ଜୀବନ କାହିଁ !

1 min
323

ଭାଲେଣ୍ଟାଇନ୍ ଡେ ନୁହେଁ ତ କେବଳ

ପ୍ରେମିକ ପ୍ରେମିକା ପାଇଁ

ମାତାପିତା,ବନ୍ଧୁ,ଆତ୍ମୀୟ ସୋଦରେ

ପ୍ରେମ ନିତି ଝରୁଥାଇ

ଅପ୍ରେମେ ଜୀବନ କାହିଁ!


ଭୂମିରୁ ଭୁମା ପରିର୍ଯ୍ୟନ୍ତ ବ୍ୟାପି

ହୃଦୟେ ବହେ ଏ ନଈ

ପ୍ରେମ ଗୋଟିଏ ସ୍ବର୍ଗୀୟ ଅନୁଭବ

ପ୍ରତିଜୀବ ପ୍ରାଣେ ଅଛି ଛାଇ

ଏତ ଅସରା ଗୋଟେ ବହି।


ପ୍ରେମ ଗଙ୍ଗା,ଶାଶ୍ୱତ,ପବିତ୍ର

ଏହାର ପ୍ରାପତି ପାଇଁ

ସରଗ ଦେବତା ନର ରୂପ ନେବାକୁ

ଧରାକୁ ଆସନ୍ତି ଧାଇଁ

ପ୍ରେମର ବିକଳ୍ପ ନାହିଁ

ଅପ୍ରେମେ ଜୀବନ କଳନା କରି ନୁହଇଁ।



Rate this content
Log in

Similar oriya poem from Inspirational