STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମୋ ଗାଁ ମୋ ପାଇଁ ସରଗ

ମୋ ଗାଁ ମୋ ପାଇଁ ସରଗ

1 min
366

ମୋ ପାଇଁ ମୋ ଗାଁ ଅତି ଆପଣାର

ତା ଜଳ ସୁଧା ମୋ ପାଇଁ

ତା ଧୂଳି ଚନ୍ଦନ ମୋ ମଥାର ।


ପଡା ମଧ୍ୟେ ଶ୍ରେଷ୍ଠ ବୋଲି 

ନାଁ ତା ପ୍ରଧାନ ପଡା

ସେ ଜନନୀ ମୁଁ ତାର ସନ୍ତାନ

ତା ପାଇଁ ମୁଁ ଦୁନିଆଁର ରାଜ ଦାଣ୍ଡେ

ମୁଣ୍ଡ ଟେକି ହୋଇ ଅଛି ଛିଡ଼ା।


ଉତ୍ତର ରେ ପୁଣ୍ୟତୋୟା 

ବିରୂପା ତଟିନୀ

କଳକଳ ନାଦେ ବହି

ଧୌତ କରେ ମୋ ମାଆ

ଚରଣ ବେନି।


ଦକ୍ଷିଣ ରେ ଶସ୍ୟ କ୍ଷେତ

ମୋ ଗାଁ ର ଭାତ ହାଣ୍ଡି

ପଟ୍ଟାମୁଣ୍ଡାଇ କେନାଲ 

ଜଳରେ ପ୍ଲାବିତ

ସ୍ୱର୍ଣ୍ଣ କ୍ଷେତ ଦରସନେ ହୋଇଥାଏ

କୋଟି ଜନ ମନ ବନ୍ଦୀ।


ମଧ୍ୟ ଭାଗେ ବିରାଜିତ

ଇଷ୍ଟ ଦେବ ମଦନ ମୋହନ

ପଶ୍ଚିମରେ ଗ୍ରାମ ଦେବୀ

ବୁଢ଼ୀ ଦରଧେଇ 

ଉତ୍ତର ରେ ସିଦ୍ଧ ପୁରୁଷ ଗାଦି ଗୋସ୍ୱାମୀ ,

ତ୍ରିନାଥ ଓ ସନିଶ୍ଚର

 ଦୁଃଖୀ ଦୁଃଖ କରନ୍ତି ହରଣ।


ବାର ମାସେ ତେର ପର୍ବ

ମିଳିମିଶି କରନ୍ତି ପାଳନ

ସୁଖେ ଦୁଃଖ ରେ ହୋଇ ସମଭାଗି

କେ କାହାକୁ ନ ମଣନ୍ତି ହୀନ।

ଗୁରୁଜନେ ରେ ଭକତି

ଲଘୁ ଜନେ ସ୍ନେହ ଓ ଆଦର

ସଭିଏଁ ନିଜର ମୋର 

ଅତି ଆପଣାର।


ମୋ ଆଖିରେ ମୋ ଗାଁ ସୁନ୍ଦର

ସବୁ ସୁଖର ଗନ୍ତାଘର

ଏଇ ପୁଣ୍ୟ ମାଟିରେ ଜନମୀ

ଧନ୍ୟ ହେଲା ପିଣ୍ଡ ପ୍ରାଣ ମୋର

ଧନ୍ୟ ହେଲା ପିଣ୍ଡ ପ୍ରାଣ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational