STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ପାଞ୍ଚ ଇନ୍ଦ୍ରିୟ

ପାଞ୍ଚ ଇନ୍ଦ୍ରିୟ

1 min
395

ମଣିଷ ଶରୀରେ  ପାଞ୍ଚଟି ଇନ୍ଦ୍ରୀୟ

    ଶତ୍ରୁ ଅଟନ୍ତି ପ୍ରତ୍ୟେକ

ଏହାଙ୍କ ଗହଣେ  ବଶବର୍ତ୍ତୀ ହେଲେ

   ପଥ ନୁହେଁ ଆଲୋକିତ।


ମଧୁର ରସରେ   ଜିହ୍ୱା ଆକର୍ଷିତ

    ନାସାରନ୍ଦ୍ର ସୁଗନ୍ଧରେ

ମଧୁର ସ୍ୱରକୁ   କର୍ଣ୍ଣ ଶୁଣୁଥାଏ

   ନେତ୍ର ସୁନ୍ଦର ଦ୍ରବ୍ୟରେ।


କୋମଳ ଦରବେ  ଚର୍ମ ପ୍ରଭାବିତ 

    ଶତ୍ରୁ ମୁକ୍ତାକାମୀଙ୍କର

ଧୀରେ ଧୀରେ ଗ୍ରାସି ବୁଦ୍ଧି ବିବେକକୁ

    ଅଵିଵେକୀ ହୁଏ ନର।


ମୁକ୍ତହେବା ପାଇଁ  ଲୋଡ଼ାହୁଏ ନିତ୍ୟ

    ପ୍ରଭୁଙ୍କର ଆଶୀର୍ବାଦ

ସତପଥେ ଚଳି  ସଂଯମୀ ହୋଇଲେ

    ଦୂରହେବ ଅପବାଦ।


ଅନାଥର ନାଥ    ଅଗତିର ଗତି

    ହେ ଅନାଦି ଆଦିମୂଳ

ତୁହି ଜଗନ୍ନାଥ   ମୁକ୍ତିର ଆଲୋକ

   ଶକ୍ତିମାନ ମନୋବଳ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational