STORYMIRROR

Binata Mohanta

Inspirational

3  

Binata Mohanta

Inspirational

ବେଦବ୍ୟାସ

ବେଦବ୍ୟାସ

1 min
406

ପ୍ରକାଶୁଛି ମୁହିଁ ପୂରାଣ ବର୍ଣ୍ଣିତ ଏକ କଥା

    ଏଥିରେ ରଚିତ ଋଷି ବେଦବ୍ୟାସଙ୍କ ଜନ୍ମ ଗାଥା

ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଦୁଇ ପବିତ୍ର ନଦୀର ଜନ୍ମ

  ଧରା ବକ୍ଷ ଚିରି ବୋହି ଆସିଛନ୍ତି ଶଙ୍ଖ ଓ କୋୟଲ ତାଙ୍କ ନାମ ।। 


ଓଡ଼ିଶା ପ୍ରାନ୍ତରେ ପାନପୋଷ ଠାରେ ଏ ଦୁହିଁଙ୍କର ହୋଇଛି ମିଳନ

    ତାଙ୍କ ସଙ୍ଗମରେ ସୃଷ୍ଟି ହୁଏ ଏକ ପବିତ୍ର ନଦୀର ସୃଜନ

ଏକାଦା ଋଷି ପରାଶର ନାବରେ ପାର ହେଉଥିଲେ ଏହି ନଦୀ

     ଏହି ନାଆର ନାବିକ ସାଜିଥିଲା ବାଳିକା ସତ୍ୟବତୀ ।। 


ଯୌବନ ଭରା ରୂପ ଲାବଣ୍ୟ ଥିଲା ଜାତିରେ କନ୍ୟା କୈବର୍ତ୍ତ

   ପରାଶରଙ୍କୁ ଦେଖି ତା ମନେ କାମ ବାସନା ହେଲା ଜାଗ୍ରତ 

ନଦୀ ମଧ୍ୟେ ସେ କରି ଥିଲା ସୃଷ୍ଟି ବହୁ ମାତ୍ରାରେ କୁହୁଡି

  କାମୁକ ଇଚ୍ଛାକୁ ଚରିତାର୍ଥ କରି ଘରକୁ ଆସିଲା ସେ ବାହୁଡି ।। 


ଏହି ମଧୁର ମିଳନରେ ଜନ୍ମ ନେଲେ ମହର୍ଷି ବ୍ୟାସଦେବ

    ତପୋବଳେ ଋଷି ପରାଶର ଦେଖିଲେ ଦୃଶ୍ୟ ଅପୂର୍ବ 

କୈବର୍ତ୍ତ ବାଳିକାକୁ ନଦୀ ବ୍ରାହ୍ମଣୀ ରୂପେ କଲେ ସେ ରୂପାନ୍ତରିତ

  ତେବେ ଠାରୁ ଧରା ବକ୍ଷେ ପବିତ୍ର ବ୍ରାହ୍ମଣୀ ହେଉଅଛି ପ୍ରବାହିତ ।। 


ପୌରାଣିକ ଗାଥା ରୂପେ ବେଦବ୍ୟାସ ଜନ୍ମ ଅଟଇ ବର୍ଣ୍ଣିତ

     ଏବେ ମଧ୍ୟ ଏହି ଗୁମ୍ଫା ବ୍ରାହ୍ମଣୀ କୂଳେ ଅଟେ ଅବସ୍ଥିତ

କଥିତ ଅଛି ଏହିଠାରୁ ବ୍ୟାସକବି ରଚିଥିଲେ ଅନେକ ଗ୍ରନ୍ଥ

     ତାଙ୍କ ଶ୍ରେଷ୍ଠ ରଚନା ମଧ୍ୟେ ମହାଭାରତ ଅନ୍ତର୍ଭୁକ୍ତ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational