STORYMIRROR

Satyabati Swain

Fantasy

4  

Satyabati Swain

Fantasy

ତୁ ମୋ ଭିତରେ ଥା

ତୁ ମୋ ଭିତରେ ଥା

1 min
247

ମୁଁ ଖୁବ୍ ଆତୁରେ,

ଅଧୀର ହୋଇ

ଖୋଜୁଥିଲି ମାଟିରୁ ଆକାଶ

ପାଣିରୁ ପତର ପର୍ଯ୍ୟନ୍ତ

ଦେଖିବାକୁ ନିଜ ମୁହଁ

ତୁ ଆସିଲୁ ଜୀବନେ

ମୋ ଆଗରେ ହୋଇ ବିରାଟ ଦର୍ପଣ

କହିଲୁ ନେ ଦେଖିବୁ ପରା

ନିଜ ମୁହଁ ଦେଖ୍

ପଢ୍ ନିଜ ଭିତର ଉଦ୍ ବେଳନ

ସପନ ଭର୍ତ୍ତୀ ତୋ ଆଖିର ଭାଷା ।


ନିଗିଡ଼ି ପଡି ବହି ଗଲି

ତୋତେ ଜାବୁଡି ଧରିଲି

ତୁ ବି ମୋତେ ଜଗଡି ଧରିଲୁ

ଜଣା ପଡ଼ିଲାଣି

କେତେବେଳେ ଆମ ଭିତରେ ପ୍ରେମ

ହୋଇଗଲା.....!!


 ଏ କଣ !

ମୋ ପ୍ରବଣତା 

ବନ୍ୟ ହୋଇ

ଆଲୋଡିତ ହେଉଥିଲେ

ଧୈର୍ଯ୍ୟ ବନ୍ଧ ଭାଙ୍ଗିବା ଉପରେ

ତୋ ସ୍ପର୍ଶ

ଅପ୍ରକାଶ୍ୟ ଖୁସି ଦେଇ

ମୋ ଭିତରେ

କିଛି କିଛି ହେଉଥିଲା।


ଖୁସିରେ ମୋତେ ଯେତେବେଳେ 

ଉଡାଇ ନେଲୁ

ମୁଁ ହେଲି ଅଣାୟତ 

ମନ ଚଢେଇ ମୋ 

ଉଡୁଥିଲା ମେଘ ଛୁଇଁ !


ତୋ ଭଲ ପାଇବା ଢଙ୍ଗ ଟି

ନିହାତି ନିରୋଳା

ଲାଗିଲା ତୋ ଭିତରେ

ମୋ ଅସ୍ତିତ୍ବ

ନିଖୋଜ ଜହ୍ନକୁ ଖୋଜୁଛି

ସୋରିଷ କ୍ଷେତର 

ସୁନାରୀ ସ୍ୱପ୍ନରେ ମଜଗୁଲ ହୋଇ।

ତୁ ମୋ ଭିତରେ ଥା

ଦେହ ମୋର ଶିବରୁ ଶବ ହେବା ପରିଯ୍ୟନ୍ତ।



Rate this content
Log in

Similar oriya poem from Fantasy