Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational Others

3  

Bijoy Jena

Inspirational Others

ମନେରଖ ବାଇ ମନ

ମନେରଖ ବାଇ ମନ

1 min
361


ଦେହ ଅଭିମାନ   ଛାଡିବାକୁ ହେବ

     ମନେରଖ ବାଇମନ

ଜଗନ୍ନାଥପ୍ରୀତି   ରଖିବା ନିଇଟି

    ପ୍ରଭୁ ହୋଇବେ ପ୍ରସନ୍ନ।


ରଖୁଥିବାସତ୍ୟ  ପ୍ରୀତି ଅନାବିଳ

    ଜ୍ଞାନଗହଣାରେ ସଜ

ଏହାହିଁ ତୋହର  ପ୍ରକୃତ ସୌନ୍ଦର୍ଯ୍ୟ

    ଦେହୀ ମାନର ମଉଜ।


ଖରାପ ଅଭ୍ୟାସ  କରିବାକୁ କେବେ

    ମନ ବଳେଇବା ନାହିଁ

ଭୁଲିଯିବା ଗର୍ବ  ଅହଂକାର ଯେତେ

    ସାଧୁପନ୍ଥା ବାଛି ନେଇ।


 ଦିନ ପ୍ରତିଦିନ    ଖୁସିରେ ରହିବା

    ନଥିବ ଭୟ କାହାକୁ

ବିନାଶ ଆସିଲେ  ସେ ପ୍ରଭୁ ଅନନ୍ତ

     ନିସ୍ତରିବେ ଭକଟକୁ।


ଏନୀତି ଆଦରି    ମଣିଷ ଜୀଵନ

   ପୁଣ୍ୟ କର ଆରେ ଧନ

ଗୁଣମୂର୍ତ୍ତ ହୋଇ    ସଭିଙ୍କୁ କରିବା

    ଦେଇ ଫୁଲ ମହାଦାନ।

  


Rate this content
Log in

Similar oriya poem from Inspirational