ମୋର ଚିଟଉ ଆସିଛି
ମୋର ଚିଟଉ ଆସିଛି
ମୋର ଚିଟଉ ଆସିଛି ପ୍ରଶାନ୍ତି ଧାମରୁ ମୁଁ ବାବାଙ୍କ ପାଖକୁ ଯାଉଛି ମୋତେ ଟିକଟ ଖଣ୍ଡିଏ ଯୋଗାଡ଼ି ଦିଅ ହୋ ମୁଁ ତୁମକୁ ବିନତି କରୁଛି ମୋର ମନରେ ଜାଗିଛି ସାଇ ମୂରତି ମୋର ଅଙ୍ଗରେ ଦିଅ ହେ ଗୋଳି ବିଭୂତି ମୋତେ ବାବାଙ୍କ ଡୋରି ଟାଣୁଛି ଟାଣୁଛି ମୁଁ ଯେ ବାବାଙ୍କ ପାଖକୁ ଯାଉଛି,,,,,, ଯାଉଛି। ହୋଇ ଧଡପଡ ମୁହିଁ ରଣପୁର ଗଡୁଁ ବସ ଚଢି ଆସେ ମୁଁ ଯେ ସକାଳ ପ୍ରହରୁ ମାଷ୍ଟର କାଣ୍ଟିନି ଧାଇଁ ଷ୍ଟେସନ ଯିବି ଧାଡ଼ିରେ ଠିଆ ହୋଇ ମୁଁ ଠେଲାପେଲା ହେବି ମୋତେ ଜାଗା ଟିକେ ଦିଅ ଧାଡ଼ିରେ ଭାଇ ପଛେ ହାତ ଗୁଞ୍ଜା ନିଅ ଟିକଟ ଦେଇ ମୋତେ ବାବାଙ୍କର ଡୋର ପାଗଳ କରିଛି,,, କରିଛି ମୁଁ ବାବାଙ୍କ ପାଖକୁ ଯାଉଛି। ପାଇଲି ଟିକଟ ମୁହିଁ ପୁଟ୍ଟପର୍ତ୍ତି ପାଇଁ ସାଇ ରାମ କହି ରେଳେ ବସିଲି ମୁଁ ଯାଇ ଛୁକୁ ଚ୍ଛୁକୁ ଛୁକୁ ଚାଲେ କୋଣାରକ ଗାଡ଼ି ଆଗକୁ ଯାଉଛି ମାଡ଼ି କଳା ଧୁଆଁ ଛାଡି ଆହେ ଭକ୍ତ ଜନେ ମୋତେ ଧୀରେ ବସାଇ ଦିଅ ମୋତେ ଡାରା ଖଣ୍ଡେ ଆଣି ହାତରେ ଦିଅ ମୁଁ ସାଇଙ୍କ ଭଜନ ଆହା ଗାଇବି ଗାଇବି ମୁଁ ବାବାଙ୍କ ପାଖକୁ ଯାଉଛି ଯାଉଛି। ଏଯେ ହାଇଦରାବାଦ ଧରମାବରମ୍ ବସ ଚଢି ପହଞ୍ଚିଲି ମୁଁ ପ୍ରଶାନ୍ତି ଧାମ ବାଟେ ମୁଁ ଦେଖିଲି ବଡ ଡାକତର ଖାନା ଶୁଣିଲି ଏସିଆ ଦେଶେ ନାହିଁ ତା ତୁଳନା ଉଡାଜାହାଜ ପଡିଆ ଦେଖିଲି ସେଠି ଦେଶ ବିଦେଶ ରୁ ଭକ୍ତ ଓହ୍ଲାନ୍ତି ଏଠି ମୋତେ ଗୋକୁଳମ୍ ଦେଖି ମଜ୍ଜା ଲାଗୁଛି ଲାଗୁଛି ମୁଁ ବାବାଙ୍କ ପାଖକୁ ଯାଉଛି ଯାଉଛି। ଏଯେ ହନୁମାନ ବୀର ଦରଶନ କର ଏଠି ପ୍ଲାନେଟୋରିଅମ୍ କର ତୁ ନଜର ଏ ଯେ ବିଶ୍ଵବିଦ୍ୟାଳୟ ହୋଇଅଛି ଠିଆ ସ୍କୁଲ କଲେଜ ଦେଖି ଲାଗୁଛି ଛାନିଆ ଏ ତ ମିଉଜୀୟମ ଦେଖରେ ସବୁ ଏ ଯେ କଳପ ବଟ ଚାଲ ବସିବା ବାବୁ ଏଠି ଚିତ୍ରାବତୀ ଫଳଗୁ ବହୁଛି ବହୁଛି ମୁଁ ବାବାଙ୍କ ପାଖକୁ ଯାଉଛି ଯାଉଛି ଯାଉଛି। ଗଣେଶ ଦ୍ଵାର ପାଖରେ ପହଞ୍ଚିଲି ଯାଇ ଆଦି ଗଣେଶ ସାଷ୍ଟାଙ୍ଗେ ପ୍ରଣିପାତ ହୋଇ କୁଲଓନ୍ତ ହଲ ମଧ୍ୟେ ଭଜନ କୀର୍ତ୍ତନ ଢଳି ଢଳି ନାଚୁଛନ୍ତି ସାଇ ଜନାର୍ଦ୍ଦନ ଆହା କି ସୁନ୍ଦର ରୂପ କି ବର୍ଣ୍ଣିବି ମୁହିଁ ମୋର ଜୀବନ ସାର୍ଥକ ହୋଇଲା ଭାଇ ପ୍ରଭୁ ଦରଶନ କରି ପାଗଳ ହୋଇଛି ହୋଇଛି ମୋର ଜୀବନ ସାର୍ଥକ ହୋଇଛି ମୁଁ ତ ପାଗଳ ପରାଏ ନାଚୁଛି ମୁଁ ଯେ ସାଇ ରାମ ରାମ ଗାଉଛି।
