ଶିଶୁ
ଶିଶୁ
ଏଡିକି ନିଷ୍ପାପ କଳିକା ସିଏ
ଲାଲ ଟୁକୁ ଟୁକୁ ଓଠରେ ଯିଏ
ହସିଦେଲେ ଧରା ଚମକି ଯାଏ
ନୟନ ଦୁଇଟି ପଦ୍ମ ପତ୍ର ପରାଏ
ଅବୁଝା ଆଖିରେ ଅନେଇ ଥାଏ
ମନ ଟି ଗଙ୍ଗା ପରି ନିର୍ମଳ ରହେ
ଛନ୍ଦ କପଟ ଛଳନା ଉର୍ଦ୍ଧ ରେ ଯିଏ
ସଭିଙ୍କୁ ନିଜର ଭାବଇ ହୃଦୟୁ ସିଏ
ହସିଦିଏ ଅମୃତ ଯହିଁରୁ ଝରଣା ହୁଏ
ସବୁଠୁ ବଳିଷ୍ଠ ସୋପାନ ମଣିଷ ବା ପଶୁ ଟିଏ
କଅଁଳ ହୃଦୟ ନିର୍ମଳ ପରାଣ ସରଳ ନୟନେ
ଟିକିଏ ଆପଣାର ଭାବି ହସିଲା ଆଖିରେ ଚାହେଁ ସିଏ l