Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Action

4.0  

Amit Bal

Abstract Action

ବାହାବେଦୀ

ବାହାବେଦୀ

1 min
218


ଆଖି ମୁକ୍ତା ସବୁ ଲୁହ ହୋଇ ଗଲା

             ବୋହି ଗଲା ପୁଣି ଦୂରେ

ଝିଅ ବାହାଘର ଭାଙ୍ଗି ଗଲା ଏଠି

            ପୁଅ ସେଠି ବିଦେଶରେ ,


ବାହାବେଦୀ ସଜ ସଜେଇ ରହିଲା

             ସବୁଠି ମାଡିଲା ରୋଗ

ପୁନେଇଁ ଜହ୍ନଟା ଉଇଁ ଆସୁଥିଲା

            ତାକୁ ଢାଙ୍କି ଦେଲା ମେଘ ,


ସବୁ ସେ ଉଲ୍ଲାସ ନୀରସ ହୋଇଲା

             ଜଣା ନାହିଁ କେବେ ଯାଏ

ମଣ୍ତପରେ ଯେତେ ତାଲା ପଡି ଗଲା

             ଆଉ କେ ତା ଚାବି ପାଏ ,


ଲୁଚାରେ ଛପାରେ କାଁ ଭାଁ ବାହାଘର

             ହେଉଛି ଗାଆଁ ସହରେ

ସତର୍କ ନହେଲେ ଶ୍ରାଦ୍ଧ ସଭାହେବ

             ମିଛ‌ ବାହାଘର ନାଁରେ ,


ବେଳ କାଳ ସତେ ଭଲ ନାହିଁ ଏବେ

               ଭୟେ କହୁଛନ୍ତି ନନା

କରୋନାକୁ କ'ଣ ତାଙ୍କ ଡର ନାହିଁ

             ସେଇଥି ପାଇଁ ବାହାନା ........ !

    


Rate this content
Log in

Similar oriya poem from Abstract