(୦୬)*ଫୁଲ ଫଗୁଣର ଋତୁ*ସ୍ମୃତି୨୦୨୦
(୦୬)*ଫୁଲ ଫଗୁଣର ଋତୁ*ସ୍ମୃତି୨୦୨୦
ଫୁଲ ଫଗୁଣର ଋତୁ ଛୁଇଁ ଲାନି
ଧରାକୁ ଏବର୍ଷ ଜମା
ଚଉଦିଗ ଖାଲି ଆଷାଢ଼ ଶ୍ରାବଣ
ଦୁଃଖ ର ନଥିଲା ସୀମା ,
ଅୟୁତ ଯୁଗର ସାଇତା ସପନ
ମାଟିରେ ମିଶିଲା ଯେତେ
ଗୁମୁରି ଗୁମୁରି ହୃଦୟ କାନ୍ଦିଲା
ଉଜାଗରେ ରାତି ବିତେ,
କେତେ ଝଡଗଲା କେତେ ନଈ ବଢି
ସମୟ ସାଥିରେ ବୋହି
କାଳର ଏମିତି କରାଳ ରୂପକୁ
ଦେଖିତ ନଥିଲେ କେହି ,
ଅଧୁରା ରହିଗଲା ଫଗୁଣର ଗୀତି
ମେଘ ଢାଙ୍କି ଦେଲା ଜହ୍ନ
ବିଜନ ବେଳାରେ ଆଖିପତା ତଳେ
ବସି କାନ୍ଦୁଥିଲା ମନ ,
ଶୁଣିଛି ବିରହ ସୁଖ ଦିଏ କାଳେ
ମନକୁ ସଂଜତ କଲେ
ହେଲେ ଏ ବିରହ କେବେ ଶେଷହବ
ମଣିଷ ସତେକି ମଲେ......!
