STORYMIRROR

Amit Bal

Abstract Tragedy Action

3  

Amit Bal

Abstract Tragedy Action

ବିରହ

ବିରହ

1 min
189

ହୃଦୟକୁ ଥରେ ଆଉ କାହା ପାଶେ ଦେଇ ଦେଲାପରେ

ଲୋଚାକୋଚା ମନ ଜିଇଁ କି ପାରେ,ପ୍ରିୟାର ବିରହରେ

ନିରୋଳାରେ ଖାଲି ଅଶ୍ରୁ ଝରାଏ,ସେ ଏକା ଏକା ବସି

ସୁନେଲି ଦୁନିଆର ସାନ୍ନିଧ୍ୟ ପାଇବି,ପାରେନା ଜମା ହସି,


ବିରହ ଦିଏ ଖୁବ୍ ଯାତନା, ହୃଦୟର ସେ ନିଭୃତ କୋଣେ

କୁସୁମିତ ମନେ ଭରିଯାଏ ହଜାରେ ବିଷାଦ ଗୋଟାପଣେ

ସଂଜ ନଇଁ ଆସେ ଅଳିକ ଜୀବନେ,ଦିନଯାଏ ସରି ସରି

ଦୁଇ ଆଖିପତା ଭାରି ଭାରି ଲାଗେ ମେଘ ବର୍ଷିବା ପରି,


ବିରହ ଏକ ନୀରବ ଝଡ଼ ମନ ରାଇଜର ମଧୁବନରେ

ତାଣ୍ଡବ ରଚେ ସେ ଉଗ୍ର ରୂପ ନେଇ ବହୁ ସମୟରେ

ବେଳେବେଳେ କିନ୍ତୁ ବିରହ ନିଆଁରେ, ପୋଡ଼େ ଜୀବନ

ଭବିଷ୍ୟତର ଚିନ୍ତାରେ ,ଶେଷ ହୋଇଯାଏ ବର୍ତ୍ତମାନ,


ବିରହ ବେଦନା ଭାରି ଭୟାବହ ପ୍ରଖର ନଈର ସୂଅ

ଶୁଷୁରି ବଜାଇ ଛାତିଭିତରେ ଭରିଦେଇ ଯାଏ କୋହ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract