STORYMIRROR

pranati Mahapatra

Action Inspirational

3  

pranati Mahapatra

Action Inspirational

ନାରୀ ବି ଗୋଲାପ

ନାରୀ ବି ଗୋଲାପ

1 min
191

ତନୁମନ ତୋର କେତେ ଯେ ନରମ

କଥାରେ ନ ପାରେ କହି,

ମନ୍ଦ୍ର ମଧୁର ସୁବାସକୁ ତୋର

ଭୁଲି ପାରେନାହିଁ କେହି।


ଶ୍ଵେତ ରକ୍ତ ଭଳି କେତେ ବର୍ଣ୍ଣରେ

ତୁମେ ଗୋଲାପ ବର୍ଣ୍ଣିତ,

ନେହେରୁଙ୍କ ଅତି ପ୍ରିୟ ବୋଲି ତୁମେ

ପାଶେ ପାଶେ ରହୁଥିଲ ତ।


ତୁମେ ଏ ଜଗତେ ସବୁ କୁସୁମ ଠୁ

ପାଅ ଅଧିକ ଆଦର,

ଶରୀର ତୁମର କଣ୍ଟକିତ ସିନା

ହୃଦ ନରମ ମଧୁର।


ମୁଁ ଭାବେ ନାରୀ ବି ଗୋଲାପର ସମ

ନରମ ଆଉ ସୁନ୍ଦର,

ସେନେହ ମମତା ଭଳି ତା ସୁବାସ

ସଭିଏଁ ତା ଆପଣାର।


ଆବଶ୍ୟକ ଥିଲେ ଲୋଡେ ଏ ମଣିଷ

ଶେଷ ହେଲେ ଫିଙ୍ଗିଦିଏ,

ଦଳି ମକଚି ତା ସ୍ଵପ୍ନ ମାରିଦିଏ

ସ୍ଵାଗତ ପରେ ଯେମିତି ହୁଏ।


ତଥାପି ଗୋଲାପ ତୁମର ସ୍ଵଭାବ 

ଛାଡି ନ ପାରତ ଯେଣୁ,

ଏ ସମାଜେ ନାରୀ ତୁମ ସ୍ଵଭାବରେ

ବାଣ୍ଟିଦିଏ ପ୍ରେମ ରେଣୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action