STORYMIRROR

Amit Bal

Abstract Tragedy Action

3  

Amit Bal

Abstract Tragedy Action

ଲୁହର ନଈ

ଲୁହର ନଈ

1 min
175

ଆଖିରୁ ଝରିଛି କେତେ କେତେ ଲୁହ

     ଛାତିରୁ ଉଠିଛି କୋହ

ସବୁ ବୁଝି ବି ତ ଅବୁଝା ଦୁନିଆ

   ନିଜ ପାଶେ ଖାଲି ମୋହ ,


ପରଲୋକ ପାଇଁ ଯାଏ ଆସେ କେତେ

    କହୁଛି ଯେ ଯାହା କହୁ

ଲୁହର ନଈରେ ଦୁନିଆ ବୁଡିଛି

     ବୁଡି ବୁଡି ମରୁ ଥାଉ ,


ସଭିଏଁ ଜିଇଁକି କରିବେ କଅଣ

     ସବୁ ସରିଗଲା ପରେ

ଜୀବନ ଯୁଦ୍ଧରେ ସିଏ ହିଁ ବଞ୍ଚିବ

     ଶକ୍ତି ଅଛି ଯା ବାହୁରେ ,


ଯେତେ କାନ୍ଦିଲେ ବି ଏକାଏକା ବସି

    କିଏ  ଶୁଣିବାକୁ ଅଛି

ଲୁହର ନଈରେ ବୁଡି ମଲେ ମଧ୍ୟ

    ଆସିବେନି ଲୁହ ପୋଛି ,


ସବୁରି ଭୟପା କରୋନାକୁ ଏଠି

   ଦୂରେ ରହିଛନ୍ତି ସବୁ

ମାନବିକତା ଆଜି ହଜିଯାଇ ଅଛି

    ଯିଏ ଯା ଭାବିଲେ ଭାବୁ  ।


Rate this content
Log in

Similar oriya poem from Abstract