STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଭାରତ ଭୂଖଣ୍ଡ

ଭାରତ ଭୂଖଣ୍ଡ

1 min
10

 ଭୂଖଣ୍ଡେ ଓଡ଼ିଶା ସ୍ୱତନ୍ତ୍ର ଯାର ମୂଳ ଜଗନ୍ନାଥ ରଥଯାତ୍ରା ତାର ଜଗତେ ବିଖ୍ୟାତ ଏକାକାର ରଥ ପଥ। ଘୋଷଯାତ୍ରା ଦିନ ପ୍ରତି ଗ୍ରାମାଞ୍ଚଳ ହୋଇ ଯାଏ ପୁରୀ ଧାମ ଭାରତର ପ୍ରତି ଶିଳା ରେ ଶିଳାରେ ଦେଖୁ ଆମେ ଶାଳ ଗ୍ରାମ। ଆଜି ବଡ ଦାଣ୍ଡେ ନୁହେଁ ସେ କହ୍ନାଇ ସିଏ ପରା ଭାବ ଗ୍ରାହୀ ଭକତ ବିଶ୍ୱାସେ ଭାବରେ ଆସନ୍ତି ସିଂହାସନରୁ ଓହ୍ଲାଇ। ନନ୍ଦିଘୋଷ ରଥେ ବିଜେ ଆମ ନେତା ସରବେ ତାର ଜନତା ଶୁଣ ହୋ ତାହାର ମୂରଲୀ ର ସ୍ୱର କପୋଳେ କସ୍ତୁରୀ ଚିତା। ଗଜପତି ସ୍ଵଂୟ ସେବକ ତାଙ୍କର ସେ ଲାଗି ଓଡ଼ିଶା ଧନ୍ୟ ଭାଇଚାରା ବୁଣି ରାଷ୍ଟ୍ର ହୋଇଯାଏ ଆମ ନେତା ନାରାୟଣ। 


Rate this content
Log in

Similar oriya poem from Action