ମୁଁ କିଏ?
ମୁଁ କିଏ?
ନିଜକୁ ପଚାରେ ପ୍ରତିଟି ମୁହୂର୍ତ୍ତେ କାହିଁକି ଆସିଛି ଏଠି? ଆଗମ ପ୍ରସ୍ଥାନ ବେଳରେ ହିଁ ଏକା କେହି ନ ଥିବେ କେଉଁଠି। ବାଳୁତ କୈଶୋର ବିତିଗଲା ପରେ ଯୌବନେ ପାଦ ଥାପିଲି ନିଜ ସ୍ବାଭିମାନ ଅତି ଗରବରେ ଧରାକୁ ସରା ମଣିଲି। କାଳ ବହିଗଲା କାଳ ର ବାଟରେ ଶରୀର ହୋଇଲା କ୍ଷୀଣ ଭଲ ମନ୍ଦ କଥା ଏବେ ମୁଁ ଭାବୁଛି ବୟସର ଅପରାହ୍ନ। ଆସିଛି ଯେଉଁଠୁ ଯିବି ତ ସେଠାକୁ ଏହା ଯେ ନିରାଟ ସତ୍ୟ ମୁଁ ଅଟେ ଜୀବାତ୍ମା ସେ ତ ପରମାତ୍ମା ନିଶ୍ଚେ ହୋଇବି ମୁଁ ଯୁକ୍ତ। ଆସିବା ପୂର୍ବରୁ ଦାନା ପାଣି ଯାହା ସବୁ ଖଞ୍ଜିଥିଲେ ବିହି ମୁହିଁ ନରାଧମ ବୁଝି ନ ପାରିଲି ଅହଙ୍କାର କଥା କହି। ହେ ନିଳାଦ୍ରୀ ନାଥ କାଳିଆ ଠାକୁର କରଇ ନିତି ମିନତି ବାହୁଡ଼ା ବେଳେରେ ସାଥିରେ ଯିବ ତ ମୁଁ ମୁଁ ବୋଲି କରି ଇତି।
